ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ବିରୋଧରେ ବିକ୍ଷୋଭ

ରିପୋର୍ଟ: ଜଗବନ୍ଧୁ ସାହୁ //
ଭଟଲି (୦୬/୦୧): ଭାରତୀୟ ଜନତା ଯୁବମୋର୍ଚ୍ଚା ଭଟଲି ମଣ୍ଡଳ ସଭାପତି ମାଧବ ଚରଣ ପଧାନଙ୍କ ନେତୃତ୍ୱରେ ଆଜି ବିଜେପିର ବରିଷ୍ଠ ନେତା ତଥା ମାହାଙ୍ଗା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟ ସିଂହ ବରାଳଙ୍କ ହତ୍ୟା ବିରୋଧରେ ବିକ୍ଷୋଭ କରାଯାଇଛି ।

ବିଜେଡ଼ି କର୍ମୀ ଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଭଟଲି ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହିତ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ତଥା ଗିରଫ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଭଟଲି ମଣ୍ଡଳ ସଭାପତି ଅଚ୍ୟୁତ ବୁଦ୍ଧିଆ , ପ୍ରତାପ ପଧାନ , ଅକ୍ଷୟ ନାୟକ , ଅବଦୁଲ ଫାରୁକ ଖାଁ , ବାଳକୃଷ୍ଣ ଭୋଇ , ପୁରୁଷୋତ୍ତମ ପାତିକର ,ତରଣୀ ଦୀପ, ରୁକମନ ଦୀପ , ସୁଦାମ ଭୋଇ , ଜଗନ୍ନାଥ ସାହୁ , ଭବାନୀ ଭୋଇ , କ୍ଷୀରୋଦ୍ର ସାହୁ , କ୍ଷୀରୋଦ୍ର ପଧାନ , ଓମ ପ୍ରକାଶ ଭୋଇ,ଗୋପାଳ ନାୟକ ,ପିୟୁଷ ଅଗ୍ରୱାଲ, ଡିଲେଶ୍ୱର ସା , ସରୋଜ ବେହେରା , ରାହୁଲ ସାହୁ, ସୁରଥ ସାହୁ , ଲେଲିନ ମହାପାତ୍ର,ଆଲୋକ ନାୟକ,ଗଙ୍ଗା ବାଗ, ରୂପେସ ସାହୁ , ଦୁଷ୍ମନ୍ତ ବାରିକଙ୍କ ସହ ବହୁ ସଂଖ୍ୟାରେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Welcome to Odisha News24

error: Content is protected !!
%d bloggers like this: