ସାଧାରଣ ଜନତାଙ୍କ ସ୍ୱର

ମାସ୍କ୍ ପିନ୍ଧି ନ ଥିବା ବ୍ୟକ୍ତିଙ୍କ ଠାରୁ ୪୫୦୦ ଟଙ୍କା ଫାଇନ ଆଦାୟ

ରିପୋର୍ଟ: ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା, ୨୭/୨): କରୋନା ପ୍ରତ୍ୟାବର୍ତ୍ତନ କରୁଥିବା ଆଶଙ୍କା କର କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲଦାର ଓ ଥାନା ଅଧିକାରୀଙ୍କ ଦ୍ବାରା ଆଜି ମାସ୍କ୍ ପିନ୍ଧି ନ ଥିବା ଦୋକାନୀ ଓ ଗ୍ରାହକଙ୍କ ଠାରୁ ୪୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି ।5d29e391 13ff 4daf 8679 d655ddc0d3ea

ଏଥିପାଇଁ ଗତ ୨ ଦିନ ଧରି ଡାକବାଜୀ ଯନ୍ତ୍ର ସାହାଯ୍ୟରେ କରୋନା କଟକଣାକୁ ମାନି ଚଳିବାପାଇଁ ଅନୁରୋଧ କରାଯାଇଥିଲା ।କରୋନା ସଂକ୍ରମଣର ପରିମାଣ କମିଯିବା ପରେ ତଥା ଟୀକାକରଣ ଆରମ୍ଭ ହେବାପରେ ଜନସାଧାରଣ କିଛି ମାତ୍ରାରେ ଅସାବଧାନତା ଅବଲମ୍ବନ କରୁଥିବାରୁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଉଛି ।ଏ. ଏସ୍. ଆଇ. ସଞ୍ଜୟ ମଣ୍ଡଳ ତଥା ତହସିଲଦାର ସୁବାସ ଚନ୍ଦ୍ର ରଇତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଫାଇନ୍ ଆଦାୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଣା ପଡିଛି ।

Welcome to Odisha News24

%d bloggers like this: