ମାସର କଁଅଳ ଶିଶୁ କନ୍ୟାକୁ ନେଇ ଚିନ୍ତାରେ ଅସହାୟ ବାପା

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରିଗୁଡା(୦୮/୦୬): ସ୍ତ୍ରୀଙ୍କ ମୃତ୍ୟୁ ପରେ ୩ ମାସର ଶିଶୁ କନ୍ୟାଙ୍କ ଲାଳନ ପାଳନକୁ ନେଇ ଚିନ୍ତାରେ ବାପା | ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚେରକା ପଞ୍ଚାୟତର 12 ନମ୍ବର ୱାର୍ଡ ନୂଆଗାଁ ଠାରେ।

ଉକ୍ତ ଗ୍ରାମର ଅନନ୍ତ ସାନ୍ତାଙ୍କ ସ୍ତ୍ରୀ ଜୟନ୍ତୀ ସାନ୍ତାଙ୍କ ଗତ ଚାରି ଦିନ ତଳେ ମୃତ୍ୟୁ ଘଟିଥିବା ବେଳେ ଏବେ କଅଁଳ ଛୁଆଟି ମାଆ ଛେଉଣ୍ଡ ହୋଇପଡିଛି। ଛୁଆଟିର ଲାଳନପାଳନ ନିମନ୍ତେ କେହି ନାହାନ୍ତି। ସ୍ତ୍ରୀର ମୃତ୍ୟୁ ପରେ ଅନନ୍ତ ଭାଙ୍ଗି ପଡ଼ିଛନ୍ତି । ସେପଟେ ବୁଢ଼ୀମାଆ ସହ ମାନସିକ ରୋଗରେ ଆକ୍ରାନ୍ତ ଅନନ୍ତଙ୍କ ବାପା । ଏଣୁ ଅନନ୍ତ କହିବା ଅନୁଯାୟୀ ଛୁଆଟିର ସମସ୍ତ ପ୍ରକାର ଲାଳନପାଳନର ଦାୟିତ୍ଵ ନେବା ପାଇଁ ପରିବାର ସମର୍ଥ ନୁହେଁ । ସେ ଦିନ ମଜୁରିଆ ଏବଂ ଘରୁ ବାହାରକୁ ଗୋଡ଼ ନ କାଢିଲେ ସମସ୍ତଙ୍କୁ ଭୋକରେ ରହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଶିଶୁ କନ୍ୟାଙ୍କ ଥଇଥାନ ନିମନ୍ତେ ପ୍ରଶାସନକୁ ଗୁହାରୀ କରୁଛନ୍ତି ଗ୍ରାମବାସୀ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: