ସାଧାରଣ ଜନତାଙ୍କ ସ୍ୱର

ମାଲକାନଗିରି ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି(୦୭/୦୪): ମାଲକାନଗିରି ଜିଲ୍ଲା ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଦ୍ୱାରା ଏକ ଆଇନ ସଚେତନତା ଶିବିର ଅନଲାଇନ ମାଧ୍ୟମରେ ହୋଇଯାଇଛି | ଏହି ଆଇନ ସେବା ଶିବିରରେ ଫୌଜଦାରି କାର୍ଯ୍ୟପଦ୍ଧତି ଯେପରିକି ଏତଲା, ଜାମିନ, ଆଇନଗତ ପ୍ରତିନିଧିତ୍ୱ ଅଧିକାରୀ ଓ ଅପିଲ ସମ୍ପର୍କ ରେ ଆୟୋଜନ କରାଯାଇଥିଲା |e48b5740 d24d 4158 8286 9d2d00574d85

 ଏହି ଅନଲାଇନ ଶିବିର କାର୍ଯ୍ୟକ୍ରମ ରେ ସଚିବ ସ୍ଥାଇ ଓ ନିରନ୍ତର ଲୋକ ଅଦାଲତ ମାଲକାନଗିରି ଶ୍ରୀ ଅମରେଶ ନାୟକ ଏବଂ ମାଲକାନଗିରି ମହାବିଦ୍ୟାଳୟ ର ଅଧ୍ୟପକ ତଥା ସ୍ବେଛାସେବୀ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉକ୍ତ ଅନଲାଇନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଭିନ୍ନ ଦିଗ ଓ ଆଇନ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ ପ୍ୟାନେଲ ଓକିଲ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଏଥି ସାହିତ ଏତଲା, ଜାମିନ ଓ ଲୋକଙ୍କ ର ଆଇନଗତ ପ୍ରତିନିଧିତ୍ୱ ଅଧିକାରଓ ଅପିଲ ସମ୍ପର୍କ ରେ ପଙ୍ଖାନୁ ପଙ୍ଖ ଆଲୋକପାତ କରିଥିଲେ | ଏହା ସହିତ ଆଇନସେବା ରେ ବିଭିନ୍ନ ଯୋଜନା ଯେପରିକି ମାଗଣା ଆଇନ, ଲୋକ ଅଦାଲତ, ମଧ୍ୟସ୍ଥିତା, ଆଇନ ସଚେତନତା ଓ ସାକ୍ଷାରତା ତଥା ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ ମଙ୍ଗଳକାରୀ ଯୋଜନା ସମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ |

Welcome to Odisha News24

%d bloggers like this: