ମାଲକାନଗିରି ଡାକ ଘର ରେ ବନ୍ଦ ପଡିଛି ଇ-ସେବା

ରିପୋର୍ଟ: ଅସୀମ ବିଶ୍ୱାସ //
ମାଲକାନଗିରି (୨୮/୦୧): ମାଲକାନଗିରି ସଦରମହକୁମା ମୂଖ୍ୟ ଡାକଘରର ସମସ୍ତ ଇ-ସେବା ଗତ ୧୬ ଦିନ ହେବ ଅର୍ଥାତ୍ ୧୨-୦୧-୨୦୨୧ ଠାରୁ ବନ୍ଦ ରହିଛି | ଅର୍ଥ ଜମା, ଉଠାଣ, ଆର୍.ଡି ଜମା, ନେସ୍‌ନାଲ୍ ସେଭିଂ ସ୍କିମ୍ ରେ ଜମା, ଇ-ମନିଅର୍ଡର୍, ପୋଷ୍ଟାଲ୍ ଇନ୍ସୁରାନ୍ସ୍ ଜମା ପ୍ରଭୁତି ଇଣ୍ଟର୍ନେଟ୍ ଲିଙ୍କ୍ ବିନା ସମ୍ଭବ ନୁହଁ | ଏସମସ୍ତ ଜମା ବର୍ତ୍ତମାନ ସମ୍ପୁର୍ଣ୍ଣ ବନ୍ଦ ରହିଛି | ଏହାସହ ସମସ୍ତ ମ୍ୟାଚୁରିଟି ଉଠାଣ ମଧ୍ୟ ହେଇପାରୁନାହିଁ | ଏପରିକି ଜିଲ୍ଲା ମୂଖ୍ୟ ଡାକ ଘର ଉପରେ ନିର୍ଭର କରୁଥିବା ସମସ୍ତ ୧୩ଟି ଶାଖା ଡାକ ଘରର କାର୍ଯ୍ୟ ମଧ୍ୟ ବନ୍ଦ ହୋଇ ରହିଛି |

ଯେହେତୁ ଡାକ ସଂଗ୍ରହ କରିବା ନିମନ୍ତେ ଇଣ୍ଟର୍ନେଟ୍ ର ଆବଶ୍ୟକ ନଥାଏ , କେବଳ ଏହି ଗୋଟିଏ କାମ ହିଁ ଚାଲୁରହିଛି | ଡାକପାଳ ଶ୍ରୀ ଜିତେନ୍ଦ୍ର ସ୍ୱାଇଁ ଏ ସମସ୍ତ ଅବ୍ୟବସ୍ଥା ସମ୍ପର୍କରେ ପ୍ରତିଦିନ ଉଚ୍ଚକତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିପରି ଉପୁଜିଥିବା ଅବ୍ୟବସ୍ଥା କୁ ସୁଧାର ହୋଇ ପାରିବ ସେଥି ନିମନ୍ତେ ନିୟମିତ ସମ୍ପର୍କ ରଖିଥିବା ପ୍ରକାଶ କରିଛନ୍ତି | ପ୍ରତିଦିନ ଗ୍ରାହକ ମାନଙ୍କୁ ସନ୍ତୋଷ ସେବା ଯୋଗାଇ ନଦେଇ ପାରୁଥିବାରୁ ସେ ଓ ସମସ୍ତ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି | ଏ ଅବ୍ୟବସ୍ଥା ଓ ଗ୍ରାହକଙ୍କ ଅସୁବିଧା ବିଷୟରେ ଅଖିଳ ଭରତୀୟ ଗ୍ରାହକ ପଞ୍ଚାୟତର ଜିଲ୍ଲା ସଂଯୋଜକ ଶ୍ରୀ ରାମ କୃଷ୍ଣ ଚୌଧୂରୀ ଡାକ ବିଭାଗର ଜୟପୁର, ବ୍ରହ୍ମପୁର ଓ ଭୁବନେଶ୍ୱର କତ୍ତୃପକ୍ଷଙ୍କୁ ମଧ୍ୟ ଏହି ସମସ୍ତ ବିଷୟରେ ଅବଗତ କରିଥିବା ପ୍ରକାଶ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: