ସାଧାରଣ ଜନତାଙ୍କ ସ୍ୱର

ମାପ ଓ ଓଜନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୧୯-୦୨): ଟିଟିଲାଗଡ ସବ-ଡିଭିଜନ ବୈଧ ମାପ ଓ ଓଜନ ବିଭାଗ କାର୍ଯ୍ୟାଳୟ ରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବା ଦେଖାଯାଉଛି । ଉକ୍ତ କାର୍ଯ୍ୟାଳୟ ମୁଖ୍ୟ ଅଧିକାରୀ ଉପସ୍ଥିତ ନ ରହିବା ଓ କେତେବେଳେ କେମିତି ମାସକୁ ଥରେ ଦୁଇଥର ଆସି ତୁରନ୍ତ ଚାଲିଯିବା ନେଇ ଅସନ୍ତୋଷ ଦେଖା ଯାଉଛି ।

ସୂଚନାଯୋଗ୍ୟ ଯେ,ସରକାରୀ ଭାବେ ଏହି କାର୍ଯ୍ୟାଳୟ ପରିଚାଳିତ ହେଉଥିବା ବେଳେ ସର୍ବଦା ତାଲା ଝୁଲିବା ନେଇ ଅସନ୍ତୋଷ ଦେଖାଦେଇଛି । ସେହିପରି ଟିଟିଲାଗଡ ଉପଖଣ୍ଡ ସ୍ଥିତ ଦୈନିକ ଓ ସାପ୍ତାହିକ ହାଟପଦା ବଜାର ରେ ମାଛ ଦୋକାନି ଗୁଡିକ ରେ ଓଜନ ରେ ବ୍ୟାପକ ଠକେଇ କରାଯାଉଥିବା ବେଳେ ତାଙ୍କ କେଜି,ବଟକରା ଆଦି ଯାଞ୍ଚ କରାଯାଉନାହିଁ । ଏହି କାର୍ଯ୍ୟାଳୟ ଖୋଲା ରହିବା ଓ ଉକ୍ତ ହାଟପଦା ବଜାର ସ୍ଥିତ ମାଛ ବ୍ୟବସାୟୀ ତଥା ଦୋକାନୀ ଙ୍କ ଉଜନ ଠକେଇ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Welcome to Odisha News24

%d bloggers like this: