ମାନବିକତାର ପରିଚୟ ଦେଲା ଟିଟିଲାଗଡ ପୋଲିସ

ଟିଟିଲାଗଡ- ସୁନୀଲ ଆଚାର୍ଯ୍ୟ( ବୁଦ୍ଧିଆ)
ଟିଟିଲାଗଡ (୨୬/୦୫): ଏହି କୋରୋନା ମହାମାରୀ ସମୟରେ ନିଜ ଜୀବନ କୁ ବାଜି ଲଗାଇ ପୋଲିସ ବାହିନୀ କୋରୋନା ଯୋଦ୍ଧା ଭାବରେ ଯେଉଁଭଳି ଭାବରେ ସେବା ଯୋଗାଇ ଦେଉଛନ୍ତି ତାହା ଅତୁଳନୀୟ । ଅନ୍ୟପକ୍ଷରେ ଆଜି ଟିଟିଲାଗଡ ପୋଲିସ ର ଆଉ ଏକ କାମ ସଭିଙ୍କ ହୃଦୟ ଜିଣି ନେଇଛି।

ସବୁ ଦିନ ଭଳି ଆଜି ମଧ୍ୟ ଟିଟିଲାଗଡ ଥାନା ରେ କାର୍ୟରତ ASI ଖାମସିଂ ମାଝୀ ଙ୍କ ନେତୃତ୍ୱରେ ତାଙ୍କ ଟିମ ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଝାରଦେବନ୍ଧ ଠାରେ ଜନୈକ ବ୍ୟକ୍ତି ଦୁର୍ଘଟଣା ରେ ଆହତ ହୋଇ ଗୁରୁତର ଅବସ୍ଥା ରେ ପଡିରହିଥିବା ଦେଖିବାକୁ ପାଇଥିଲେ ଏବଂ ଆହତ ଙ୍କୁ ଦେଖି ପେଟ୍ରୋଲିଂ ଗାଡି କୁ ଅଟକାଇ ASI ମାଝି ବାବୁ ଙ୍କ ନିର୍ଦ୍ଧେଶ ରେ ଅନ୍ୟାନ୍ୟ ଷ୍ଟାଫ ଯଥା ASI ଧର୍ମେନ୍ଦ୍ର ମାଝି, ASI ବୁଦ୍ଧିଶ୍ୟାମ ମାଝି, ରାଜକୁମାର ମାଝୀ ଏବଂ ରାମକୃଷ୍ଣା ପୂଜାରୀ ପ୍ରମୁଖ ତତକ୍ଷଣାତ ଗାଡି କୁ ଓଲ୍ହାଇ ଆହତ ବ୍ୟକ୍ତି ଙ୍କୁ ପୋଲିସ ଭେନ ରେ ହସ୍ପିଟାଲ ନେଇଥିଲେ ଏବଂ ଭର୍ତ୍ତି କରାଇଥିଲେ। ଆହତ ଜଣଙ୍କ ଚୋରମରା ଗ୍ରାମର ଦେବେନ୍ଦ୍ର ରଣା ବୋଲି ଜଣାପଡିଛି। ତେବେ ପୋଲିସ ବାବୁଙ୍କ ସାହାଯ୍ୟ ଯୋଗୁଁ ବଞ୍ଚିଯାଇଛି ଏକ ମୂଲ୍ୟବାନ ଜୀବନ।
ଏବଂ ଏହି କାର୍ଯ୍ୟ ମାନବିକତା ର ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କାମ କୁ ଟିଟିଲାଗଡ ର ଜନସାଧାରଣ ମଧ୍ୟ ଅନେକ ପ୍ରସଂଶା କରୁଥିବା ଦେଖିବାକୁ ମିଳୁଛି।ତେବେ ପୋଲିସ ASI ଖାମସିଙ୍ଗ ମାଝୀ ଙ୍କ ଏହି କାର୍ଯ୍ୟ କୁ ଟିଟିଲାଗଡ SDPO ସୁରେନ୍ଦ୍ରନାଥ ଶତପଥୀ ଏବଂ IIC ରଞ୍ଜନ ବରିହା ମଧ୍ୟ ପ୍ରସଂଶା କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: