ସାଧାରଣ ଜନତାଙ୍କ ସ୍ୱର

ମାନବାଧିକାର ସଂସ୍ଥା ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ର ଆରମ୍ଭ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୩୦/୦୩): ମାଲକାନଗିରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଏବଂ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ହେଉଥିବା ଦୁର୍ନୀତିର ସମାଧାନ ପାଇଁ ଆବଶ୍ୟକତା କୁ ଅନୁଭବ କରି ମାଲକାନଗିରି ଜିଲ୍ଲାରେ ଏକ ନୂତନ ଏକ ମାନବାଧିକାର ସଂସ୍ଥା ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନର ଆରମ୍ଭ ହୋଇଛି । ଆଜି ଏହି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ଯାହା ବିଶ୍ଵର ସର୍ବବୃହତ ସଂସ୍ଥା ଭାବେ ପରିଗଣିତ ।

ଆଜି ଏହି ସଂସ୍ଥା ପକ୍ଷରୁ ପବିତ୍ର ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ନିଜକୁ ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗୀକୃତ କରିବା ସହ ଆଜି ପ୍ରଥମ କାର୍ଯ୍ୟ ସ୍ୱରୂପ ମା ମାଉଳି ମନ୍ଦିର ନିକଟରେ ଥଣ୍ଡା ଦହିପଣା ବଣ୍ଟନ କରି ନିଜକୁ ଗୌରବାନିତ ମନେକରିଥିଲା । ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆଜି ସେବା ଯୋଗାଇ ଥିଲା । ଆଜିର ଏହି ସେବା କାର୍ଯ୍ୟ ରେ ସଭାପତି ଶ୍ରୀନିବାସ ପାତ୍ରଙ୍କ ସହ କାର୍ଯ୍ୟକାରୀ ସଭାପତି ଅପୂର୍ବ ଥଣ୍ଡର,ଉପ ସଭାପତି ଅସିମ ବିଶ୍ୱାସ,ଜିଲ୍ଲା ସଂଯୋଜକ ବସନ୍ତ କୁମାର ଜେନା,ସଭ୍ୟ ଜେମ୍ସ ଲୁଇସ ସହଯୋଗ କରିଥଲେ । ଆଗାମୀ ଦିନରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ପକ୍ଷରୁ ଏହିଭଳି ଜନହିତକରକାର୍ଯ୍ୟରେ ନିଜକୁ ନିୟୋଜିତ କରିବ ।

One thought on “ମାନବାଧିକାର ସଂସ୍ଥା ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ର ଆରମ୍ଭ

Welcome to Odisha News24

%d bloggers like this: