ମାଝୀଗୁଡା ସରପଞ୍ଚଙ୍କ ମୃତ୍ୟୁ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ତା-୨୬/୫): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶଶାଙ୍କ ନାଣାକା (୪୦)ଙ୍କ ଆଜି ମୃତ୍ୟୁ ହୋଇଛି । ଖବର ଅନୁସାରେ ଜଣାପଡିଛି ଯେ ଶଶାଙ୍କ ଆଜି ପାହାନ୍ତିଆ ୫ ଘଣ୍ଟା ସମୟରେ ଗାଁ ନୀକଟସ୍ଥ ନାଳକୁ ଶୌଚ କରିବା ପାଇଁ ଯାଇଥିଲେ। ଶୌଚ ପରେ ସେ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଥିଲା ।

ଗାଁର କିଛି ଲୋକ ଶୌଚ କରିବା ପାଇଁ ଯାଇଥିବା ବେଳେ ଦେଖି ଶଶାଙ୍କ ଙ୍କୁ ମାଝୀଗୁଡା ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରିବାକୁ ନେଇଥିଲେ। ଶଶାଙ୍କ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୌମ୍ୟ ରଞ୍ଜନ ଜେନା ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେପର କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସରପଞ୍ଚଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁର ଖବର ଶୁଣି ମାଝୀଗୁଡା ପଞ୍ଚାୟତ ଭଦ୍ରବ୍ୟକ୍ତି ମାନେ କଲ୍ୟାଣ ସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ। ସେଠାରେ ସରପଞ୍ଚଙ୍କ ରାଜନୀତିକ ଜ୍ଞାନ ଉପରେ ପ୍ରଶଂସା କରି କହିଥିଲେ ଯେ ଏହିପରି ସରପଞ୍ଚ ଆମ ମାଝୀଗୁଡା ପଞ୍ଚାୟତରେ କେହି ନ ଥିଲେ। ଦୁଃଖିଗରିଵ ସମସ୍ତଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ। ସମସ୍ତଙ୍କ ସୁଖ ଦୁଖଃରେ ସାମିଲ ହଉଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: