ମାଝୀଗୁଡା ବ୍ୟାଙ୍କ ସାହିକୁ ନିସିଦ୍ଧାଞ୍ଚଳ ଘୋଷଣାକଲେ ସରପଞ୍ଚ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୧୮-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର ବ୍ୟାଙ୍କ ସାହିକୁ ନିସିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ ଶଶାଙ୍କ ନାଣକା । କଲ୍ୟାଣ ସିଂହପୁର ବ୍ଳକ ରେ ଦିନକୁ ଦିନ କରୋନା ବଡି ଚାଲିଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନାକେଦମ ହୋଇଛନ୍ତି ।

ସେହିପରି ମାଝୀଗୁଡା ପଞ୍ଚାୟତ ବ୍ୟାଙ୍କ ସାହିରେ ପ୍ରାୟ ୪ ଦିନ ତଳେ ୧୬ ଜଣ ଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ସେଥି ମଧ୍ୟରୁ ୯ଜଣ ବ୍ୟାଙ୍କ ସାହିର ହୋଇଥିବା ବେଳେ ଅନ୍ୟ ୭ ଜଣ ବଳକା ସାହିର ବୋଲି ଜଣାପଡିଛି । ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରେ ( ହୋମ କରେଣ୍ଟ ମେଣ୍ଟ ) ରହି ଚିକିତ୍ସା ହେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କିଛି କରୋନା ଆକ୍ରାନ୍ତ କାରିମାନେ ଘରେ ନ ରହି ବାହାରେ ବୁଲାବୁଲି କରୁଥିବା ଅଞ୍ଚଳବାସୀ ଦେଖି ସରପଞ୍ଚ ଙ୍କୁ ସୂଚନା ଦେଇଥିଲେ । ଏହା ସରପଞ୍ଚ ଦେଖି ବ୍ୟାଙ୍କ ସାହିକୁ ନିସିଦ୍ଧା ଅଞ୍ଚଳ ଘୋଷଣା କରି ଉଭୟ ପାର୍ଶ୍ଵରେ ବାଡ଼ ପକାଇଲେ ଛନ୍ତି । ଯଦି ଆକ୍ରାନ୍ତ କାରୀମାନେ ସରକାରୀ ନିୟମ କୁ ନ ମାନିଲେ ପଞ୍ଚାୟତ କୁ ତାଲା ବନ୍ଦ କରିବାକୁ ବାଧ୍ୟହେବୁ ବୋଲି ସରପଞ୍ଚ କହିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: