ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୁରିବାହାଲ ପୁଲିସର ପୁଣି ମାକ୍ସ ଚେକିଂ, ଦୁଇ ଦିନରେ ୬୨୦୦ଟଙ୍କା ଆଦାୟ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ;୦୬/୦୪/୨୧): କରୋନା ପୁଣି କେତେକ ରାଜ୍ୟରେ କଡ଼ ଲେଉଟାଇବା ସହ ରାଜ୍ୟରେ ବଲାଙ୍ଗୀର ସମେତ ଅନ୍ୟ ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ସୋମବାର ଦିନ ଠାରୁ ଆରମ୍ଭ ହୋଇଥିବା ବେଳେ ମାଜିଷ୍ଟ୍ରେଟ ତଥା ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କ ଉପସ୍ଥିତିରେ  ପୁଲିସର ମାକ୍ସ ଚେକିଂ ଦେଖିବାକୁ ମିଳିଛି।

ଏପରି ସମୟରେ ଲୋକଙ୍କ ଧନ ଜୀବନର ସୁରକ୍ଷା ତଥା ସଚେତନତା ପାଇଁ ଦୀର୍ଘ ଦିନ ପରେ ମୁରିବାହାଲ ପୁଲିସ ପୁଣି ଥରେ ତତ୍ପରତା ଦେଖାଇ ମାକ୍ସ ଚେକିଂ କରିବା ଆରମ୍ଭ କରିଦେଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ମୁରିବାହାଲ ପୁଲିସ ବିଭିନ୍ନ ଛକମାନଙ୍କରେ ମାକ୍ସ ଚେକିଂ କରିଥିଲା।ସୋମବାର ଦିନ ଗୁଡିଘାଟ ଓ ହଳଦୀ ଛକରେ ୩୬ଶହ ଓ ମଙ୍ଗଳବାର ଦିନ ସ୍ଥାନୀୟ ବଜାର ପାଖ ଟୁନଟୁନି ମୁଡ଼ା ଛକରେ ୨୬ଶହ ଟଙ୍କା ସହ ମୋଟ ୬୨ଶହ ଟଙ୍କା ଆଦାୟ କରାଯାଇ ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରାଯାଇଥିବା ମୁରିବାହାଲ ଆଇଆଇସି ତାରା ଯସ୍ମୀନ ଗୁରିଆ ପ୍ରକାଶ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: