ମାଓବାଦୀ ବିରୋଧରେ ସାମ୍ବାଦିକ ସଂଘ ରାଲି ଏବଂ ସାଧାରଣସଭା ଆୟୋଜନ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୮/୦୨): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ସମାଜସେବୀ ତଥା ସାମ୍ବାଦିକ ଫାରୁକ ଅଲ୍ଲୀ, ଗଣେଶ ମିଶ୍ର ଏବଂ ଲିଲାଧର ରାଠୀଙ୍କୁ ମାଓବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପରେ ସହ ସହ ସାମ୍ବାଦିକ ଏକତ୍ରିତ ହୋଇ ମାଓବାଦୀଙ୍କୁ ବିରୋଧ କରିଥିଲେ |

ସୁକମା ଜିଲ୍ଲା ସାମ୍ବାଦିକ ଲୀଲାଧର ରାଠୀ ଏବଂ ସମାଜସେବି ଫାରୁକ ଅଲିଙ୍କୁ ମାଓବାଦୀ ପ୍ରଜା କୋର୍ଟରେ ଦଣ୍ଡ ଦେବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିବା ପରେ ୪ରାଜ୍ୟର ଶହ ଶହ ସାମ୍ବାଦିକ ଜଗଦଲପୁରରେ ଏକତ୍ରିତ ହୋଇ ମାଓବାଦୀଙ୍କ ଏହି ପରି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି | ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ସାମ୍ବାଦିକତା କରୁଥିବା ବେଳେ ମାଓବାଦୀ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ନିନ୍ଦନୀୟ ବୋଲି କୁହାଯାଇଛି | ପୂର୍ବରୁ ମଧ୍ୟ ଛତିଗଡ଼ର ଦୁଇ ସାମ୍ବାଦିକଙ୍କୁ ମାଓବାଦୀ ହତ୍ୟା କରିବା ପରେ ଏହାର କାରଣ ଦର୍ଶାଇ ନଥିଲେ | ଏବେ ପୁଣି ସାମ୍ବାଦିକକୁ ଟାର୍ଗେଟ କରିଛନ୍ତି | ଆଜି ମାଓବାଦୀ ବିରୋଧରେ ସାମ୍ବାଦିକ ସଂଘ ରାଲି ଏବଂ ସାଧାରଣ ସଭା ଆୟୋଜନ କରାଯିବା ନେଇ ନିଷ୍ପତି ହେବା ପରେ ନକ୍ସଲ ଏହାକୁ ଡରି ଆଲୋଚନା ପାଇଁ ଡାକରା ଦେଇଛନ୍ତି | ନକ୍ସର ସଂଗଠନ ସମ୍ବାଦିକମାନକୁ ଅନୁରୋଧ କରିଛନ୍ତି ଯେ ଏଭଳି ଆନ୍ଦୋଳନ ନ କରାଯାଉ ନିଜ ଭିତରେ ଆଲୋଚନା ମାଧ୍ୟମରେ ଏହାକୁ ସୁଧାର କରାଯାଇ ପାରିବ ବୋଲି ମାଓବାଦୀ ସଂଗଠନ ଅନୁରୋଧ କରିଛି | ତେବେ ସାମ୍ବାଦିକ ସଂଘ ମାଓବାଦୀଙ୍କ ଏହି ଚେତାବନୀକୁ ଚ୍ୟାଲେଞ୍ଜ କରିଛି | କର୍ପୋରେଟର ଏବଂ ପୁଞ୍ଜିପତିଙ୍କୁ ସମର୍ଥନ କରୁଥିବା ନେଇ ମାଓବାଦୀ ସଂଗଠନ ଅଭିଯୋଗ କରିଛନ୍ତି | ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ସମ୍ବାଦିକ ସଂଘ କହିଛି |ମାଓବାଦୀ ବିରୋଧୀ ଅଭିଯାନକୁ ଆହୁରି ତୀବ୍ରତର କରଯିବ ବୋଲି ସଂଘ ଚେତାବନୀ ଦେଇଛି l

Welcome to Odisha News24

error: Content is protected !!
%d bloggers like this: