ମାଓବାଦୀ ଦ୍ୱାରା ଯବାନଙ୍କ ବସ ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ଜବାନ ସହିଦ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୨୩/୦୩): ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ନାରାୟଣ ପୁର ଜିଲ୍ଲାରେ ମାଓବାଦୀ ଦ୍ୱାରା ଡିଆରଜି ଯବାନଙ୍କ ବସକୁ ଲ୍ୟାଣ୍ଡମାଇନ ଦ୍ୱାରା ଉଡାଇ ଦେଇଛନ୍ତି |

ଉକ୍ତ ବସରେ ତିରିଶ ରୁ ଉର୍ଦ୍ଧ ଯବାନ ରହିଥିଲେ ଡି.ଆର.ଜି ଯବାନ ମାନେ ମାଓବାଦୀଙ୍କ ଉପସ୍ଥିତ ସୂଚନା ପାଇ ଏକ ଅପେରସନରେ ବାହାରିଥିବା କିନ୍ତୁ ସେହି ସମୟରେ ଯବାନମାନଙ୍କ ବସକୁ ମାଓବାଦୀମାନେ ଆଇ. ଇ.ଡି ବିସ୍ଫୋରଣ ଉଡାଇଦେଇଥିଲେ | ଏହି ଆକ୍ରମଣରେ ତିନି ଯବାନ ଶହୀଦ ହୋଇଥିବାବେଳେ ୧୦ ରୁ ଊର୍ଦ୍ଧ୍ବ ଯବାନ ଗମ୍ଭୀର ଆହତ ହୋଇଥିବା ସୂଚନା ମିଳିଛି ଆହତ ଯବାନଙ୍କୁ ନିକଟସ୍ଥ ଧୋଡାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଘଟଣ ସ୍ଥାନରେ ଭାରି ମାତ୍ରାରେ ସୁରକ୍ଷାବଳ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଅଛି । ରାତି ୦୮:୪୫ ସୁଦ୍ଧା ଆଉ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ବର୍ତମାନ ୫ ଯବାନ ସହିଦ ଆଉ ତିନି ଜଣଙ୍କ ଅବସ୍ଥା ସଙ୍କଟପୁର୍ଣ ହୋଇଯାଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: