ସାଧାରଣ ଜନତାଙ୍କ ସ୍ୱର

ମାଓବାଦୀ ଅଟକ ଯବାନଙ୍କ ଫଟୋ ଜାରି କଲେ

ରାୟପୁର (୦୬/୦୪): ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କର ଫଟୋ ସାମ୍ନାକୁ ଆସିଛି। ମାଓବାଦୀ ମାନେ ଯବାନଙ୍କୁ ନିଜ ପାଖରେ ରଖିଥିବା ଦେଖିବାକୁ ମିଳିଛି। ଏବେ ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥ ଦେବାକୁ କହିଛନ୍ତି।

ତେଣେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂହ। ସେ କହିଛନ୍ତି ଶନିବାର ଦିନ ମାଓବାଦୀ ଆକ୍ରମଣ କରିବା ପୂର୍ବରୁ ରାକେଶ୍ୱର ଅସୁସ୍ଥ ଥିଲେ। ଆଉ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ଆରମ୍ଭ ହେବା ମାତ୍ରେ ରାକେଶ୍ୱର ବସିପଡ଼ିଥିଲେ ବୋଲି କୁଲଦୀପ କହିଥିବା ସୂଚନା ରହିଛି।  ହେଲେ ରାକେଶ୍ୱର ଆହତ ହୋଇଛନ୍ତି କି ନାହିଁ ସେ ବାବଦରେ ସ୍ପଷ୍ଟ କରି ନାହାନ୍ତି କୁଲଦୀପ। ରାକେଶ୍ୱରଙ୍କ ସହ ଜଣେ ଯବାନ ଥିଲେ ଯିଏକି ରାକେଶ ଅସୁସ୍ଥ ଥିବା ନେଇ ସୂଚନା ଦେଇଥିବା କୁଲଦୀପ କହିଛନ୍ତି।

Welcome to Odisha News24

%d bloggers like this: