ମାଓବାଦୀଙ୍କ ବଡ ଯୋଜନାକୁ ପଣ୍ଡ କରିଦେଲେ ସିଆରପିଏଫ ଯବାନ

ରିପୋର୍ଟ: ଏ.କେ .ବିଶ୍ୱାସ //
ମାଲକାନଗିରି (୦୭/୦୨): ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅଧୀନରେ ଥିବା ପୋଟକ ପଲ୍ଲୀ ଜଙ୍ଗଲ ମଧ୍ୟରେ ସି.ଆର.ପି.ଏଫ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ସ୍ପାଇକ ହୋଲ ର ଜାଲ ବିଛା ଯାଇଥିଲା କିନ୍ତୁ ସର୍ଚିଙ୍ଗ ଅପେରସନ କରୁଥିବା ସମୟରେ ୨୧୨ ବାହିନୀ ସି.ଆର.ପି.ଏଫ ଯବାନମାନେ ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିଛନ୍ତି ସୁକମା ଜିଲ୍ଲା ଅନ୍ତର୍ଗତ ପୋଲାଡି ୨୧୨ ବାହିନୀ |

ସି.ଆର.ପି.ଏଫ କାମାଣ୍ଡେଣ୍ଟ ଶ୍ରୀ ଜଗଦୀଶଙ୍କ ନେତୃତ୍ୱ ରେ ଏହି ଟିମ ମାଓ ବିରୋଧି ଅପେରସନରେ ବାହାରି ଥିଲେ ଏବଂ ମାଓବାଦୀଙ୍କ ଏକ ବଡ ଯୋଜନାକୁ ପଣ୍ଡ କରିଥିଲେ | ଏହି ସ୍ପାଇକ ହୋଲ ଜଙ୍ଗଲ ମଧ୍ୟରେ ପ୍ରାୟ ୪୦ଟି ବନାଯାଇଥିଲା | ଏହି ହୋଲ ମଧ୍ୟରେ ୫୩୦ ସ୍ପାଇକ ରଡ଼ ଲଗା ଯାଇଥିଲା | ଏହି ଅପରେସନରେ ଡେପୁଟି କାମାଣ୍ଡେଣ୍ଟ ଉଗମା ରାମ, ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ଶ୍ରୀ ଲୋକେସ ଶୁକ୍ଲା ଏବଂ ସହାୟକ କମଣ୍ଡାଣ୍ଟ ଶ୍ରୀ ନିଶାନ୍ତ ଯାଦବ ବିଭିନ୍ନ ଦଳର ନେତୃତ୍ୱ ନେଇଥିଲେ |

Welcome to Odisha News24

error: Content is protected !!
%d bloggers like this: