ମହିଳା ପୋଲିସ ଏସଆଇଙ୍କ ସହ ଦୁଷ୍କର୍ମ ମାମଲାରେ ଫେରାର ଥିବା ଏସଆଇଙ୍କ ଜାମିନ ଖାରଜ ହେବାରୁ ଗଲେ ଜେଲ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୦୪/୧୨): ମହିଳା ପୋଲିସ ଏସଆଇଙ୍କ ସହ ଦୁଷ୍କର୍ମ ମାମଲାରେ ଫେରାର ଥିବା ଖଲିକୋଟ ଥାନାର ପୂର୍ବତନ ପୋଲିସ ଏସଆଇ ସିଲୁ ଧଳଙ୍କ ଜାମିନ ଆବେଦନ ବାଲିଗୁଡା ଏଡ଼ିଜେ କୋର୍ଟ ଖାରଜ ହେବାରୁ ଜେଲ ଯିବାକୁ ପଡିଛି |

ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଥିବା ମହିଳା ପୋଲିସ ଏସଆଇଙ୍କ ସହ ଦୁର୍ବ୍ୟବହାର, ସହିତ ଦୁଷ୍କର୍ମ ଓ ଜାତିଆଣ ମାମଲାରେ ଖଲିକୋଟ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଏସଆଇ ସିଲୁ ଧଳଙ୍କ ନାମରେ ଦାରିଙ୍ଗବାଡି ବାଡ଼ି ଥାନାରେ ଅଭିଯୋଗ କରିଥିଲେ | ଏହି ଘଟଣା ଠାରୁ ଫେରାର ଥିବା ଏସଆଇ ସିଲୁ ଧଳ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଏଡ଼ିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ | କିନ୍ତୁ କେସ (ସିଟି) ୪୧/୨୦୨୦ ମାମଲାଟି ମାନ୍ୟବର ଏଡ଼ିଜେ ଶୁଭଦର୍ଶୀ ପଟନାୟକ ଜାମିନ ଆବେଦନକୁ ଖାରଜ କରି ଦେବାରୁ ବାଲିଗୁଡା ଉପକାରାଗାରକୁ ପଠାଇ ଦିଆଯାଇଛି ପୂର୍ବତନ ଏସଆଇ ସିଲୁ ଧଳକୁ | ସରକାର ପକ୍ଷରୁ ମାମଲା ଆଇନଜୀବି ସୁଧାଂଶୁ ମୋହନ ପତି ପରିଚାଳନା କରୁଥିଲେ |

Welcome to Odisha News24

error: Content is protected !!
%d bloggers like this: