ସାଧାରଣ ଜନତାଙ୍କ ସ୍ୱର

ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅସହାୟ ଗର୍ଭବତୀ ଝର,ଗର୍ଭବତୀ କରି ଫେରାର ଦୁଇ ଯୁବକଙ୍କୁ ଗିରଫ ନିର୍ଦ୍ଦେଶ ମନ୍ତ୍ରୀ ଦେଇ ସୁଦ୍ଧା ପ୍ରଶାସନ ନିରବ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୮-୧୨); ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ,ବିଧାୟିକା ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଗର୍ଭବତୀ କରିଦେବା ଓ ଫେରାର ଥିବା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ସତ୍ୱେ ପୋଲିସ ପ୍ରଶାସନ ନିରବ ରହିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ସାତ ମାସର ଗର୍ଭବତୀ ଯୁବତୀ ଜଣଙ୍କ ଗର୍ଭପାତ କରିବେ ନା ସନ୍ତାନକୁ ପାଳିବେ,ଏପରି ସ୍ଥଳେ ଗ୍ରାମରୁ ନିଜ ପରିବାର ଓ ସମାଜ ଅଲଗା କରି ଦେଇଥିବାରୁ ଟିଟିଲାଗଡ ନିକଟରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏବେ କେହି ସାହା,ଭରସା ନ ଥିବା ବେଳେ ବାରମ୍ବାର ଥାନା ର ଦ୍ବାରସ୍ଥ ହେବା ଅପରପକ୍ଷରେ ନିଜ ଚିକିତ୍ସା ଓ ଗର୍ଭବତୀ ଥିବା ସମୟରେ ଆବଶ୍ୟକ ପଦକ୍ଷେପ ପ୍ରଶାସନ ତରଫରୁ ଆଶା କର୍ମୀଙ୍କ ଠାରୁ ନ ମିଳିବା ଦୁଇ ମୁଠା ଖାଇବାକୁ ନ ପାଇବା ପରିସ୍ଥିତିରେ ସେ ନିଃସହାୟ ହୋଇ ପଡିଛନ୍ତି ।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ସହ ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରି ତଥା ବିବାହର ପ୍ରଲୋଭନ ଦେଖାଇ ଝିଅକୁ ଧରି ଗାଁ ରୁ ଫେରାର ହୋଇଯିବା ଓ ନିଜ ର ସାଙ୍ଗ ସହ ସମ୍ପର୍କ ରଖିବାକୁ ବାଧ୍ୟ କରି ଦେଇ ଗର୍ଭବତୀ ଅବସ୍ଥାରେ ଯୁବତୀ ଙ୍କୁ ଛାଡ଼ିଦେଇ ଉଭୟ ଫେରାର ହୋଇଯିବା ପରି ଘଟଣା ବେଶ ହଟଚମଟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ କନର୍ଲା ଗ୍ରାମ ର ଝର ତାଣ୍ଡି (ଛଦ୍ମନାମ) ନାମ୍ନୀ ଜଣେ ୨୧ ବର୍ଷୀୟ ଯୁବତୀ ଙ୍କୁ ଉକ୍ତ ଗ୍ରାମର ଲଳିତ ଚନ୍ଦନ(୨୫) ନାମକ ଜଣେ ଯୁବକ ନିଜ ସାଙ୍ଗରେ ନେଇ ବେଙ୍ଗଲୋର ଫେରାର ହୋଇଯାଇଥିଲେ । ପ୍ରାୟ ଦୁଇ ମାସ ଉକ୍ତ ଲଳିତ ର ରହୁଥିବା ଘରେ ଉଭୟେ ସ୍ୱାମୀ, ସ୍ତ୍ରୀ ପରି ରହିଥିଲେ,ଏପରି କି ଶାରିରୀକ ସମ୍ପର୍କ ରଖି ଆସୁଥିଲେ ।ଏକ କମ୍ପାନୀ ରେ ଲଳିତ କାମ କରି ବେଶ ସ୍ୱାମୀ ,ସ୍ତ୍ରୀ ଭାବେ ରହିଥିଲେ ।110643eb da03 4de5 b808 fcca32aa0274

ହେଲେ ହଠାତ ଦିନେ ପୂର୍ବରୁ ଲଳିତ ଯୋଜନାବଦ୍ଧ ଭାବେ ତାର ଜଣେ ବନ୍ଧୁ ତାପସ ଜାଲ(୨୪) ସହ ଲଳିତ ଉକ୍ତ ଘରକୁ ଆଣି ପରିଚୟ କରାଇଦେଇ ସେ ମନ୍ଧ୍ୟ ସାଙ୍ଗରେ ରହିବ ବୋଲି କହିଥିଲା ।ଉକ୍ତ ବନ୍ଧୁ ଜଣକ ପୂର୍ବରୁ ଉକ୍ତ ବେଙ୍ଗଲୋର ରେ ରହୁଥିଲେ । ଏ ନେଇ ଝର ଅରାଜି ହୋଇ ସୁଦ୍ଧା ନିରୁପାୟ ହୋଇଯାଇଥିଲେ । ଏପରି କି ପ୍ରାୟ ୪/୫ ଦିନ ଠିକରହିବା ଓ ସେମାନେ ଗୋଟିଏ କମ୍ପାନୀ ରେ କାମ କରିଆସୁଥିଲେ। ପରେ ଲଳିତ ତାର ବନ୍ଧୁ ତାପସ ସହ ଦୁଇ ଜଣ ସ୍ୱାମୀ ,ସ୍ତ୍ରୀ ଭାବେ ରହିବା ପାଇଁ ଝର କୁ କହିଥିଲା । ଏହା ଅସ୍ବୀକାର କରିବାରୁ ଉଭୟ ତାଙ୍କ ସହ ଜୋର, ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଓ ମାଡ଼ ଧର କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଆସୁ ଥିବା କହିଛନ୍ତି । ପ୍ରାୟ ପନ୍ଦର ଦିନ ପରେ ଲଳିତ କେଉଁ ଆଡେ ଚାଲିଯାଇଥିଲା । ସେ ନ ଫେରିବା ବେଳେ ତାପସ ଓ ସେ ପ୍ରାୟ ୬ ମାସ ଠିକ ଭାବେ ମିଶିରହିଥିଲେ ।

ଏ ସମୟ ମଧ୍ୟରେ ଝର ଗର୍ଭବତୀ ଥିବା ତାପସ ଜାଣିଥିଲା ।ତାପସ କୌଶଳ କ୍ରମେ ନିଜ ଗାଁ କୁ ଫେରିଯିବା ଓ ଘରେ କହି ଦୁହେଁ ବିବାହ କରିବେ ବୋଲି କହି ବେଙ୍ଗଲୋରରୁ ଟିଟିଲାଗଡ଼କୁ ଆସି ରେଳ ଷ୍ଟେସନ ନିକଟରେ ଥିବା ମଦ୍ରାସୀ ଲାଜରେ ଥିଲେ । ଦୁହେଁ ପ୍ରାୟ ପାଞ୍ଚ ଦିନ ରହିଥିଲେ,ଷଷ୍ଠ ଦିନ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଉକ୍ତ ଲଜରେ ଛାଡି କେଉଁଆଡ଼େ ଚାଲିଯାଇଥିଲା । ତାପସ ନିଜ ମୋବାଇଲ ଝର ନିକଟରେ ଛାଡି ଦେଇ ଚାଲିଯାଇଥିବାରୁ ସେ ଆଉ ଯୋଗାଯୋଗ କରି ନ ପାରି ତିନି ଦିନ ଧରି ଅପେକ୍ଷା କରି ଶେଷରେ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଗ୍ରାମରୁ ଝର ଙ୍କ ମାଆ, ବାପା ଓ ପରିବାର ଲୋକେ ଆସି ତାଙ୍କୁ ଲଜ ରୁ ଉଦ୍ଧାର କରିଥିଲେ। ତୁରନ୍ତ ଏ ନେଇ ଟିଟିଲାଗଡ଼ ଥାନା ରେ ଝର ଓ ପରିବାର ଲୋକେ ଏତଲା ଦାୟର କରିଥିଲେ । ଏ ନେଇ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକା ଭାରତୀୟ ଦଣ୍ଡବିଧାନ ନିୟମ ଅନୁଯାୟୀ ସି ଆର ପି ସି ଧାରା ୧୪୫ ଅନ୍ତର୍ଗତ ଏକ ମାମଲା ସଂଖ୍ୟା -୪୩୮ କ୍ରମେ ଧାରା ୪୯୮-ଏ,୪୯୮,୪୧୭,୩୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ତେବେ ପ୍ରସବ ସମୟ ଆସିଯାଉଥିବା ବେଳେ ଝର ଦୁଃଖରେ ମର୍ମାହତ ହୋଇ ରହିଛି। ଏ ନେଇ ସ୍ଥାନୀୟ ବିଧାୟିକା ଓ ମହିଳା ଓ ସିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀଙ୍କୁ ନିଜ ଗୁହାରୀ ଜଣାଇଥିଲେ। ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ଅପର ପକ୍ଷେ ଝର ର ଗ୍ରାମରେ ଏକ ସମାଜ ବୈଠକ ଆୟୋଜନ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନ ଥିଲା । ଉକ୍ତ ଅଭିଯୁକ୍ତ ଦୁଇ ଜଣ ବର୍ତ୍ତମାନ ନିଜ ପରିବାର ସହ ଫୋନ ଯୋଗେ ଯୋଗାଯୋଗ କରୁଥିବା ବେଳେ ଓ ସେମାନଙ୍କ ଠିକଣା ଥିବା ସତ୍ୱେ ପୋଲିସ କିଛି ପଦକ୍ଷେପ ଜାଣି,ଶୁଣି ନ ନେବା ଝର ଅଭିଯୋଗ କରିଛନ୍ତି।

Welcome to Odisha News24

%d bloggers like this: