ମହିଳାଙ୍କ ଶୋଚନୀୟ ମୃତ୍ୟୁ, କରୋନା ଭୟରେ ପରିବାରକୁ ସାମାଜିକ ବାସନ୍ଦ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୦୧-୦୧): ଟିଟିଲାଗଡ ଥାନା ଅନ୍ତର୍ଗତ ମଏନଗାଁ ରେ କକେ ବାଗ (୫୫) ନାମ୍ନୀ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ମୃତ କକେ ବାଗ ଙ୍କ ସ୍ୱାମୀ ଙ୍କ ଗତ ଚାରି ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨୮ ବର୍ଷୀୟ ପୁଅ ର ଗତ ୭ ମାସ ତଳେ ମୃତ୍ୟୁ ଘଟିଥିଲା । ରାଜ୍ୟ ବାହାର କୁ ବଡ଼ ପୁଅ କାମ କରିବା କୁ ଯାଇ ସେଠି ମୃତ୍ୟୁ ବରଣ କରିଥିଲେ । ଏବେ ମୃତ କକେ ଙ୍କ ର ତିନୋଟି ଝିଅ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

ପରିବାର ଲୋକ ଙ୍କ କହିବାନୁଯାୟୀ କକେ ସକାଳେ ଠିକ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ତାଙ୍କୁ ଅସୁସ୍ଥ ଲାଗିବା ଓ ନିଶ୍ଵାସ ନେବାରେ ଅସୁବିଧା ହେବା ଜଣାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ଉପ ଖଣ୍ଡମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା । ଡାକ୍ତର ବଳରାମ ସାହୁ ଉକ୍ତ କକେ ଙ୍କୁ ମୃତ ଘୋଷଣା କରିବା ସହ ଟିଟିଲାଗଡ ପୋଲିସ କୁ ସୂଚନା ଦେଇଥିବା ଜଣା ଯାଇଛି । ସବ ବ୍ୟବଚ୍ଛେଦ କରିବା ପରେ ସବ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ଉକ୍ତ ମୃତ ମହିଳା ଙ୍କ ମୃତ୍ୟୁ ନେଇ ଗ୍ରାମରେ ନା ନା ଆଲୋଚନା ହେଉଥିବା ବେଳେ କରୋନା ଯୋଗୁଁ ଉକ୍ତ ମହିଳା ଙ୍କ ମୃତ୍ୟୁ ହୋଇଥିବା କହି ଉକ୍ତ ମହିଳା ଙ୍କ ସବ ଓ ଅନ୍ୟ ପରିବାର ଲୋକ ଙ୍କୁ ଗାଁ ରେ ପୁରେଇ ନ ଦେବା ନେଇ ଗ୍ରାମରେ ବିବାଦ ସୃଷ୍ଟି ହୋଇଛି । ଏ ନେଇ ପ୍ରଶାସନ ଉକ୍ତ ପରିବାର ପ୍ରତି ଉପଯୁକ୍ତ ସହାୟତା ସହ ସାମାଜିକ ବାସନ୍ଦ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବି ହେଉଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: