ମହିଳାଙ୍କୁ ହତ୍ୟା ପରେ କୂଅରେ ଫିଙ୍ଗିଥିବା ଅଭିଯୋଗ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୩-୧୨: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହରର ସର୍ଗିଗୁଡାରେ ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ପକେଈଦେବା ପରି ଗୁରୁତର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଟିଟିଲାଗଡ ସହର ରେ ଆକାଶ ଫେନ୍ସି ନାମକ ଏକ ଫେନ୍ସି ଦୋକାନ ମାଲିକ ଆନନ୍ଦ ଅଗ୍ରୱାଲ ଙ୍କ ସର୍ଗିଗୁଡା ସ୍ଥିତ ବାସଭବନ ରେ ଗତ ମଙ୍ଗଳବାର ରାତି ୯ ଟା ୩୦ ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ । କିଛି ସମୟ ପରେ ତାଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲ(ବ-୫୦) ଙ୍କୁ ଖୋଜି ନ ପାଇ ପରେ ତାଙ୍କ କୁଅଁରେ ପଡିଥିବା ଦେଖିବାକୁ ପାଇଥିଲେ ବୋଲି ଆମ ନିକଟରେ ପ୍ରକାଶ କରିଛନ୍ତି । ଟିଟିଲାଗଡ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଶତପଥୀ ନିଜେ ପହଁଚି ଟିଟିଲାଗଡ ଥାନା ଏସ ଆଇ ସାବିତ୍ରୀ ହିକା ଓ ଏକ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ମହିଳାଙ୍କୁ କିଏ ହତ୍ୟା କରି କୁଅଁରେ ଫିଙ୍ଗି ଦେଇଥିବା ତାଙ୍କ ସ୍ବାମୀ ଆନନ୍ଦ ଅଗ୍ରୱାଲ ପ୍ରକାଶ କରିଥିବା ବେଳେ କିଏ ଓ କାହିଁକି ଏପରି କଲା ବୋଲି ପ୍ରଶ୍ନ କରିବାରୁ ସେ ଘରୁ କେହି ଚୋରି କରି ମାରି କୂଅରେ ପକେଇ ଦେଇଥିବା ସନ୍ଦେହ କରୁଛି କହିଥିଲେ । ହେଲେ ଘରୁ କିଛି ଚୋରି ହୋଇଛି କି ବୋଲି ପ୍ରଶ୍ନ କରାଯିବାରୁ ତାହା ଘରେ ଦେଖି ପରେ କହିବି ବୋଲି କହିଛନ୍ତି । ତେବେ ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଓ ଏ ଅଧିକ ତଦନ୍ତ ପରେ ଜଣେଇବି ବୋଲି ସୂଚନା ଦେଇଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ନା ନା ପ୍ରକାର ଆଲୋଚନା ହେଉଛି ।

Welcome to Odisha News24

error: Content is protected !!
%d bloggers like this: