ମହିଳାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ: ବ୍ୟାଙ୍କ କର୍ମଚାରୀଙ୍କ ନାଁ ରେ ଥାନାରେ ଏତଲା

ରିପୋର୍ଟ: ରାକେଶ ମହାରଣା //
ହିଞ୍ଜିଳିକାଟୁ (୨୫/୦୫): କେତେବେଳେ ନିଜକୁ ଆଇଡିଏଫସି ବ୍ୟାଙ୍କରେ ଜଣେ କର୍ମଚାରୀ ତ ଆଉ କେତେବେଳେ ଜଣେ ସାମ୍ବାଦିକ । ଆଉ କେତେବେଳେ ପୁଣି ସହରର ଜଣେ ସମାଜସେବୀ । ସ୍ଥାନୀୟ ସହରରେ ବିଭିନ୍ନ ସମୟରେ ଅତି ଚତୁରତା ଭାବେ ନିଜକୁ ଉପସ୍ଥାପନା କରୁଥିବା ଜଣେ ଯୁବକଙ୍କ ନାମରେ ଜଣେ ବୟସ୍କା ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ ସହ ହତ୍ୟା ଧମକ ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣକ ଯୁବକଙ୍କ ବିରୁଦ୍ଧରେ ହିଞ୍ଜିଳି ଥାନାରେ ରବିବାର ଏତଲା ଦେବା ଘଟଣା ସହରରେ ବେଶ ଆଲୋଡନ ସୃଷ୍ଟି କରିଛି ।

ସଂପୃକ୍ତ ଯୁବକ ଉତକ୍ଷିପ୍ତ ହୋଇ ନିଜକୁ ଜଣେ ସାମ୍ବାଦିକ ବୋଲି କହି ତାଙ୍କୁ ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେବା ମହିଳା ଜଣକ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି । ମହିଳାଙ୍କ ଘର ସାମ୍ନାରେ ବେଆଇନ ଓ ଜୋର ଜବରଦସ୍ତ ବାଲି ଓ ଗୁଡି ଗଦା କରିଥିଲେ | ତାହାକୁ ହଟାଇବା ପାଇଁ କହିବାକୁ କେନ୍ଦ୍ର କରି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଜଣାପଡ଼ିଛି । ସବୁଠାରୁ ଆଲୋଚ୍ୟ ପ୍ରସଙ୍ଗଟି ହେଲା ଯଦିଓ ସୋସିଆଲ ମିଡିଆରେ ସେ ଏବେ ନାହାଁନ୍ତି କିନ୍ତୁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମ ପ୍ରକାଶ୍ୟରେ ନେବା ଓ ବାଇକରେ ପ୍ରେସ ଲେଖି ନିଜକୁ ଜଣେ ସାମ୍ବାଦିକ ବୋଲି କହୁଥିବା ସହରରେ ବହୁ ଦିନରୁ ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପୋୖରାଞ୍ଚଳ ୧୦ନଂ ୱାର୍ଡରେ ଗିଡିସାହିର ବାସିନ୍ଦା କୁମାରୀ ନାୟକ ସପରିବାର ରହନ୍ତି । କୁମାରୀ ଙ୍କ ଘର ସାମ୍ନାରେ ପଡୋଶୀ ଲକ୍ଷ୍ମୀ ନାରାୟଣ ସାହୁଙ୍କ ପୁଅ ନୀଳାଚଳ ବାଲି ଓ ଗୁଡ଼ି ବେଆଇନ ଓ ଯୋର ଜବରଦସ୍ତ ଭାବେ ଗଛିତ ରଖିଥିଲେ। ଘର ଲୋକଙ୍କ ଯିବା ଆସିବାରେ ଅସୁବିଧା ହେବା ଫଳରେ ଉକ୍ତ ସାମଗ୍ରୀକୁ ହଟାଇ ନିଜ ସ୍ଥାନରେ ରଖିବାକୁ ସେ ପଡୋଶୀ ଲକ୍ଷ୍ମୀ ନାରାୟଣଙ୍କୁ ଅନୁରୋଧ କରିଥିଲେ। ଏଥିରେ ଲକ୍ଷ୍ମୀ ନାରାୟଣଙ୍କ ପୁଅ ତଥା ସ୍ଥାନୀୟ ଆଇଡିଏଫସି ବ୍ୟାଙ୍କ କର୍ମଚାରୀ ନିଳାଞ୍ଚଳ ହଠାତ ଉତକ୍ଷିପ୍ତ ହୋଇ କୁମାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ଜୀବନରୁ ମାରି ଦେବା ପାଇଁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ମୁଁ ଜଣେ ସାମ୍ବାଦିକ ଓ ମୋର କିଏ କିଛି କରି ପାରିବ ନାହିଁ ବୋଲି ଧମକ ଦେଇଥିବା କୁମାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ସ୍ଥାନୀୟ ହିଞ୍ଜିଳି ଥାନାରେ ରବିବାର ଅଭିଯୋଗ କରି ନ୍ୟାୟ ପାଇବା ପାଇଁ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଘଟଣା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୫ ଟି ତଥ୍ୟ ଅନୁସାରେ ଅସହାୟ ମହିଳାଙ୍କୁ ପୁଲିସ ନ୍ୟାୟ ପ୍ରଦାନ କରିବ ନା ମାମଲାକୁ ରଫାଦଫା କରି ଦୋଷୀକୁ ଖସାଇବା ପାଇଁ ଉଦ୍ୟମ କରିବ ତାହା ଏବେ ଚାରିଆଡେ ଆଲୋଚନା ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: