ମହାଶିବରାତ୍ରି ମେଳା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ, ବସିବନି ମିନାବଜାର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୨-୦୨) :ଟିଟିଲାଗଡ ମ୍ୟୁନିସିପାଲଟି ସଭା ଗୃହ ରେ ଶ୍ରୀ ଶ୍ରୀ ଦଧିବାବନ ଓ ଧବଳେଶ୍ବର ମହାପ୍ରଭୁ ଟ୍ରଷ୍ଟ ବୋର୍ଡ ମେନେଜିଙ୍ଗ ଟ୍ରଷ୍ଟି ଓ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ସଭାପତିତ୍ୱ ରେ ଆୟୋଜିତ ଗୋଟିଏ ବୈଠକ ରେ ସର୍ବ ସମ୍ମତି କ୍ରମେ ଏହା ନିଷ୍ପତ୍ତି ନିଆ ଯାଇ ଥିଲା ଯେ ଏ ବର୍ଷ ମହାଶିବରାତ୍ରି ପର୍ବ ଉପଲକ୍ଷେ ଆଉ ମେଳା କି ଯାତ୍ରା (ମିନା ବାଜାର) ବସିବ ନାହିଁ କିନ୍ତୁ ଶ୍ରୀଧବଳେଶ୍ବର ବାବାଙ୍କ ପୂଜା-ଅର୍ଚନା ରେ କୌଣସି କଟକଣା ରହିବ ନାହିଁ।

ଦେଶ ରେ ପୁଣି କୋରୋନା ର ପ୍ରକୋପ ଦେଖା ଦେବାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି, କେବଳ ସୀମିତ ସଦସ୍ୟଙ୍କ ଓ ସେବାୟତ ଙ୍କୁ ନେଇ ହବନ, ଯଜ୍ଞ ଓ ନାମ ସଂକୀର୍ତ୍ତନ କରିବା ସ୍ଥିର ହୋଇ ଥିଲା। ଏ ବର୍ଷ ସାତ ଦିନ ଅପେକ୍ଷା ପାଞ୍ଚ ଦିନ ପୂଜା ଆଦି ଓ ମାତ୍ର ଗୋଟିଏ ଦିନ ଅଷ୍ଟପ୍ରହରି କୀର୍ତ୍ତନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଦୀପ ଜାଗର , ହବନ ଆଦି କାର୍ଯ୍ୟକ୍ରମ ର ୟୁ -ଟିୟୁବ ଚ୍ୟାନେଲ ମାଧ୍ୟମ ରେ ପ୍ରସାରଣ କରିବା ପାଇଁ ଉପଜିଲ୍ଲାପାଳ କହିଥିଲେ। ଉକ୍ତ ବୈଠକ ରେ ଟ୍ରଷ୍ଟ ବୋର୍ଡ ର ସଦସ୍ୟଙ୍କ ସହିତ ସେବାୟତ ମାନେ ଓ ଅନେକ ଅନୁଷ୍ଠାନ ର କର୍ମକର୍ତା ମାନେ ଯୋଗ ଦେଇ ଥିଲେ ଓ ମତାମତ ରଖି ଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: