ମର୍ମନ୍ତୁଦ ଦୁର୍ଘଟଣା ମାଲବାହୀ ଟ୍ରକ ଧକ୍କାରେ ଯୁବତୀ ମୃତ, ବେଲପାହାଡ

ରିପୋର୍ଟ: ପ୍ରଶାନ୍ତ ମାଝୀ //
ଝାରସୁଗୁଡା (30/12): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗୁମାଡେରା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାଲବାହୀ ଟ୍ରକ ଜଣେ ଯୁବତୀ ଙ୍କୁ ଧକ୍କା ଦେବାରୁ ଯୁବତୀ ଜଣକ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତ ଯୁବତୀ ଜଣକ ହେଲେ ଶ୍ରୀୟା ଆଇଚ, ବୟସ ୨୨। ତାଙ୍କ ଘର ଗୁମାଡେରାର TRL କଲୋନୀ ବୋଲି ଜଣା ପଡ଼ିଛି।

ତେବେ ମୃତ ଶ୍ରୀୟା ଆଜି ଗୁମାଡେରା ରୁ ବେଳପାହାଡ଼ ଅଭିମୁଖେ ନିଜ ମାଏଷ୍ଟ୍ରୋ ଗାଡ଼ି ରେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା ଏବଂ ସିଏ ଟ୍ରକ ଚକ ତଳେ ପଶିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକକୁ ଜବତ କରିଛି ପୋଲିସ ଓ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବେଳପାହାଡ଼ ବନ୍ଧବାହାଲ ରୋଡ଼ କୁ ଜାମ କରି ମାଲବାହୀ ଗାଡି ପାଇଁ ସ୍ୱତନ୍ତ୍ର ରୋଡ଼ ଏ ଦାବି କରିଛନ୍ତି। ଘଟଣାସ୍ଥଳରେ ବେଳପାହାଡ଼ ଉପସ୍ଥିତ ରହି ଲୋକ ଙ୍କୁ ବୁଝାସୁଝା କରୁଛି।

Welcome to Odisha News24

error: Content is protected !!
%d bloggers like this: