ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ଭାଗିଦାରୀ ଏକ ନିଚ୍ଛକ ଉଦାହରଣ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (ତା:୨୮/୦୩): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଳକ ଅନ୍ତର୍ଗତ ସୋମନାଥ ପୁର ଗ୍ରାମର ଆରାଧ୍ୟ ଦେବତା ସୋମନାଥେଶ୍ବର ।

୨୦୧୦ ମସିହାରେ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସେହିଦିନ ଠାରୁ ପରିତ୍ୟକ୍ତ ସ୍ଥାନକୁ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଏକ ଦେବାଳୟରେ ପରିସର ସୃଷ୍ଟି କରିଯାଇଥିଲା । ବର୍ତମାନ ଅଞ୍ଚଳର ଶତାଧିକ ଭକ୍ତ ଏକତ୍ରିତ ହୋଇ ମନ୍ଦିର ନିର୍ମାଣ କାର୍ଯ୍ୟରେ ଦିନରାତିକୁ ଏକାକାର କରିଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଦଶବର୍ଷ ହେବ ଏହି ଐତିହାସିକ ପୀଠରେ ମହାଶିବରାତ୍ରି ଓ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ ଆସୁଛି । ବର୍ତମାନ ଗତ ୧୯ ତାରିଖରେ ଭୂମିପୂଜନ ହେବା ସହିତ ଅତି ଉତ୍ସାହ ସହକାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆସନ୍ତା୨୦୨୧ ମସିହା ଶେଷ ସୁଦ୍ଧା ଏଠାରେ ମହାଯଜ୍ଞ ଆୟୋଜନ କରି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଦୃଢକ୍ତି ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: