ମନ୍ତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର (ତା.୮/୧): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତରେ ଥିବା ଉପ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମନ୍ତ୍ରୀ ଅନୁସୂଚିତ ଜାତି ଜନ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ଶାରାକା ଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଛି।

ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ,ଶିକରପାଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅମ୍ବିକା ଶାରାକା, କଲ୍ୟାଣ ସିଂହପୁର ରେଞ୍ଜର ପ୍ରଫୁଲ୍ଲ କୁମାର ନାୟକ,ଥାନା ଅଧିକାରୀ ସୁକୁମା ହଂସଦା, ଡାକ୍ତର ଚିନ୍ମୟୀ ଲିମା,ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସତ୍ୟଜିତ ବେହେରା, ବିଜୁ ଜନତା ଦଳର ବ୍ଳକ ସଭାପତି ରାଜୀଵ କୁମାର ନାୟକ, ବିଧାୟକ ପ୍ରତିନିଧି ଗେଦେଲା ଶ୍ରୀନିବାସ ରାଓ, ଦଳୀୟ ବିଜେଡି କର୍ମୀ ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ। ବୃକ୍ଷ ରୋପଣ ଉପରେ ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ବିଜୁଳି, ପଣସ,ପିସ୍ତା ବାଦାମ ଓ ବିଭିନ୍ନ ପ୍ରକାରର ଫୁଲ ଗଛ ପ୍ରାୟ ୩୦ ଗୋଟି ଗଛ ରୋପଣ କରିଥିଲେ। ଉକ୍ତ ଉପ ସ୍ବାସ୍ଥ୍ୟ କେନ୍ଦ୍ର ରେ କର୍ମଚାରୀ ଙ୍କ ରହିବା ପାଇଁ ବାସ ଗୃହ ନ ଥିବା ନେଇ ଗ୍ରାମ ବାସୀ ମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ। ଏଥି ପାଇଁ ସରକାର ଜମି ଚିହ୍ନଟ କରି ଡିମାର କେସନ କଲେ ଅର୍ଥ ପ୍ରଦାନ କରାଯିବ ବୋଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ କହିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: