ସାଧାରଣ ଜନତାଙ୍କ ସ୍ୱର

ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବି ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୮/୦୪): ସ୍ୱତନ୍ତ୍ର ଓଡିଶା ପ୍ରଦେଶ ନିର୍ମାଣ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନଜୀବି ସଂଘ ପକ୍ଷରୁ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ପୁରୁଣା ଜିଲ୍ଲା ଦୌରା ଜର୍ଜ କୋର୍ଟ ପରିସରରେ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ଆଇନଜୀବି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଶେଷରେ ନୂତନ ଜିଲ୍ଲା କୋର୍ଟ ପରିସରରେ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନବରଙ୍ଗପୁର ବାର ଆସୋସିଏସନ୍ ର କର୍ମକର୍ତା ଓ ବରିଷ୍ଠ ଆଇନଜୀବି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନଜୀବି ସଂଘର ସଭାପତି ଆଶିଷ ରଂଜନ ପଟ୍ଟନାୟକ , ସମ୍ପାଦକ ରାମ ପ୍ରସାଦ ପାତ୍ର , ଉପ ସଭାପତି ପ୍ରତାପ କୁମାର ପଣ୍ଡା , ସହ ସମ୍ପାଦକ ସନ୍ତୋଷ ନାୟକ , କୋଷାଧ୍ୟକ୍ଷ ଵିଧୂ ଶେଖର ତ୍ରିପାଠୀ , କାର୍ଯକାରୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ , ଏ .ସତିଶ , ତପନ ପାଣିଗ୍ରାହୀ ସମେତ ବରିଷ୍ଠ ଆଇନଜୀବି ସିଏଚ ବାବା ଯୁଗେନ୍ଦ୍ର , ସଚ୍ଚିଦାନନ୍ଦ ସ୍ୱାଇଁ , ପ୍ରସନ୍ନ ପଟ୍ଟନାୟକ , କିଶୋର ପଟ୍ଟନାୟକ ସନ୍ତୋଷ ମିଶ୍ର , ଦେବୀ ପ୍ରସାଦ ସିଂ , ତପନ ସିଂ , ସତିଶ ନାୟକ , ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ସୁରଜ୍ ସାହୁ , ଶ୍ରୀନିବାସ ପାତ୍ର ସହ ବହୁ ଆଇନଜୀବି ଯୋଗ ଦେଇଥିଲେ ।

Welcome to Odisha News24

%d bloggers like this: