ଭିତରପୁରୁ ରେ ପାନୀୟ ଜଳ ସଙ୍କଟ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୩୧/୦୫): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ବ୍ଲକ୍ ର କଦମା ପଞ୍ଚାୟତର ଭିତରପୁର ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି | ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗାଁ ପାଖରେ ଥିବା ସମସ୍ତ ନଳକୂପ ଶୁଖି ଗଲାଣି ଫଳରେ ଲୋକେ କିଛି ଦୂରରେ ଥିବା ଏକ ନାଳରୁ ଜେସିବି ଦ୍ବାରା ଖୋଳାଇ ସେଥିରୁ ପ୍ରତିଦିନ ପାଣି ସଂଗ୍ରହ କରୁଛନ୍ତି |

ଏତେ ଦୂର ରୁ ପ୍ରତିଦିନ ପାଣି ଆଣିବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ସେହି ନାଳର ପାଣିକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି | କରୋନା ମହାମାରୀ ସମୟରେ ଭିତରପୁର ଗ୍ରାମବାସୀଙ୍କୁ ଏହି ସମୟରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି | ଏହି ଗ୍ରାମବାସୀ ପାଣି ଟୋପାଏ ପାଇଁ ବର୍ଷ ବର୍ଷ ଧରି ଚାତକପରି ଚାହିଁ ରହିଛନ୍ତି l ଏହି ଅସୁବିଧାକୁ ନେଇ ପ୍ରଶାସନଙ୍କ ଦ୍ୱାରସ୍ଥ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନ ପାଇବା ଗ୍ରାମବାସୀ କହିଛନ୍ତି |

Welcome to Odisha News24

error: Content is protected !!
%d bloggers like this: