ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ଶିକ୍ଷକ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୧୬-୧୨): ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ଶିକ୍ଷକ। ଗତକାଲି ଦୁଇଜଣ ଶିକ୍ଷକ ଭିଜିଲାନ୍ସର ପଞ୍ଜ୍ଝାରେ ପଡ଼ିଥିଲେ । ଆଜି ଆଉ ଜଣେ ଶିକ୍ଷକ ମହାଶୟ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍‌ । ବରଗଡ଼ ଜିଲ୍ଲା ବିଜେପୁର ଗଣ୍ଠିଆପାଲି ଉଚ୍ଚ ବିଦ୍ୟାଳୟରେ ଇଂଚାର୍ଜ ପ୍ରଧାନ ଶିକ୍ଷକଙ୍କ ଘରେ ହୋଇଛି ରେଡ଼ । ଇଂଚାର୍ଜ ଥିବା ପ୍ରଧାନ ଶିକ୍ଷକଙ୍କର ନାମ ହେଉଛି ପ୍ରମୋଦ ପାଣିଗ୍ରାହୀ ।

ତେବେ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲ ଇତ୍ୟାଦି ସ୍ଥାନରେ ଥିବା ଘରେ ସୋନପୁର ଭିଜିଲାନ୍ସ ୟୁନିଟ ସମେତ ୪ଟି ଟିମ ମିଳିତ ଭାବରେ ଚଢ଼ାଉ ଜାରି ରହିଛି । ମାସିକ ବେତନ ୩୦ ରୁ ୪୦ ହଜାର ପାଉଥିବା ଶିକ୍ଷକ ପୁଳା, ପୁଳା ଟଙ୍କା କେମିତି ରୋଜଗାର କରୁଛନ୍ତି ସେ ନେଇ ତନାଘନା ଜାରି ରହିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଟିମ । ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ । ବରଗଡ ଜିଲ୍ଲା ବରପାଲି ସମେତ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲରେ ଚଢାଉ ରେ ନଗଦ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଠାବ ହୋଇଥିବା ସୂଚନା ମିଳିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: