ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର, ପାପଡାହାଣ୍ଡି

ରିପୋର୍ଟ: ଜିଲ୍ଲାପ୍ରତିନଧି ଏ.ସତୀଶ //
ନବରଙ୍ଗପୁର(୩୦/୦୧): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ ପ୍ରେମାଙ୍ଗିନି ବାଘ ।

ମିଳିଥିବା ରିପୋର୍ଟ ମୁତାବିକ, ପ୍ରେମାଙ୍ଗିନି ଭୋର ପ୍ରାୟ ୫ଟା ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ୨ଟି ଭାଲୁ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ପ୍ରାଣବିକଳରେ ମହିଳା ଜଣକ ଚିତ୍କାର କରିବାରୁ ଗ୍ରାମବାସୀ ଭାଲୁକୁ ଘଉଡ଼ାଇ ପ୍ରେମାଙ୍ଗିନିଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ । ପ୍ରେମାଙ୍ଗିନି ବର୍ତ୍ତମାନ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: