ଭାଲୁ ଆକ୍ରମଣରେ ଜଣେ ଗୁରୁତର

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୧୨/୦୩): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବାଣ୍ଡିଗୁଡା ପଞ୍ଚାୟତ ଏକଟାଗୁଡା ଗ୍ରାମର ରତି ପେଣ୍ଠିଆ ଆଜି ସକାଳ ଶୌଚହେବାକୁ ଯାଉଥିବା ସମୟରେ ହଠାତ୍ ଏକ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା । ରତିକୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା |

ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି | ବୋରିଗୁମ୍ମା ଏକଟା ଗୁଡା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଙ୍ଗଲରୁ ଭାଲୁ ବାହାରି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ।ଯାହାଫଳରେ କି ଆଜି ଭୟଭୀତ ଅଛନ୍ତି ଗ୍ରାମବାସୀ | କିଛିଦିନ ତଳେ ବୋରିଗୁମ୍ମା ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୁରକ୍ଷା ଓ ଭାଲୁ ସୁରକ୍ଷା ନିମନ୍ତେ ବେନର ଟାଙ୍ଗି ଗ୍ରାମବାସୀଙ୍କ ମଧ୍ୟରେ ଏକ ସଭା କରି ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଥିଲା | କିନ୍ତୁ କିଛି ଅବୁଝା ଲୋକ ତଥା କାଠ ମାଫିଆ ନିଜର ସ୍ୱାର୍ଥ ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇବା ଓ ଗଛ କାଟିବା ଦ୍ୱାରା ଭାଲୁ ଖାଦ୍ୟ ନ ପାଇ ଖାଦ୍ୟ ସନ୍ଧାନ ରେ ଏବେ ଗାଁ ମୁହାଁ ହେଉଥିବା କହିଛନ୍ତି ଗ୍ରାମ ବାସୀ । ଏ ନେଇ ଆହତ ରତି ପେଣ୍ଠିଆଙ୍କ ଚିକିତ୍ସା ନିମନ୍ତେ ବୋରିଗୁମ୍ମା ମେଡିକାଲରୁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: