ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ/ନନ୍ଦପୁର।ତା୧୧/୦୧/୨୧): ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ କମାଣ୍ଡର।ଏଭଳି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଛକୁଣ୍ଡ ଥାନା ଅଧୀନ ଜଲାପୁଟ ନିକଟ ଭୈରବୀ ମନ୍ଦିର ନିକଟରେ।

ସୂଚନା ଅନୁସାରେ ଆଜି ଜଲାପୁଟ ଠାରେ ସାପ୍ତାହିକ ହାଟ ଥିବାରୁ ବାଡେଲ ଗ୍ରାମର ଏକ ଯାତ୍ରୀବାହୀ କମାଣ୍ଡର ଏପି ୩୧ଏଆର୍ ୬୭୮୬ନଂ ଜଲାପୁଟ ରୁ ସାପ୍ତାହିକ ହାଟ ସାରି କେତେକ ଯାତ୍ରୀ ଙ୍କୁ ନେଇ ନିଜ ଗ୍ରାମ ଅଭିମୁଖେ ଆସୁଥିବା ସମୟରେ ଜଲାପୁଟ ଭୈରବୀ ମନ୍ଦିର ନିକଟ ଏକ ବୁଲଣି ରେ ଭାରସାମ୍ୟ ହରାଇ କମାଣ୍ଡର ଟି ଓଲଟି ପଡିଥିଲା।କମାଣ୍ଡର ରେ ବସିଥିବା ଯାତ୍ରୀ ମାନେ ଛିଟିକି ପଡି ଥିଲେ ସୌଭାଗ୍ୟ ବଶତଃ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇ ଥିବା ଜଣା ପଡ଼ିଛି।ପରେ ଘଟଣା ସ୍ଥଳରେ ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ବର କ୍ରିସାନି ପହଞ୍ଚି ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଘୋରେଇ ହସ୍ପିଟାଲ୍ ରେ ଭର୍ତି କରିଥିଲେ।ଡ୍ରାଇଭର୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ଗାଡ଼ିକୁ ଜବତ କରିବାସହ ଘଟଣା ର ତଦନ୍ତ କରୁଥିବା କହିଛନ୍ତି ଫାଣ୍ଡି ଅଧିକାରୀ ଶ୍ରୀ କ୍ରିଶାନି

Welcome to Odisha News24

error: Content is protected !!
%d bloggers like this: