ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା, ୧୨ଜଣ ଆହତ,ଆହତ ୩ ଜଣଙ୍କୁ କୋରାପୁଟ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତରଣ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
କୋରାପୁଟ ୦୫/୦୩/୨୧): ଆଜି ସକାଳୁ ଲମତାପୁଟ ବ୍ଲକ ବାଲେଲ୍ ଗ୍ରାମରୁ ପାଡୁଆ ସାପ୍ତାହିକ ହାଟ କୁ ଆସୁଥିବା ଏକ ଅଟୋ ନଂ ଏପି ୩୧ ଟିଜି ୫୬ ୭୫ ୧୨ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ କୌଣସି କାରଣ ବଶତ ଅଟୋ ଟି ବାଡେଲ ଗ୍ରାମ ନିକଟ କଣ୍ଟି ଛକ ନିକଟରେ ଭାରସ୍ୟମ ହରାଇ ରାସ୍ତା ଉପରକୁ ଓଲଟି ପଡିଥିଲା |

ଅଟୋ ଚାଳକ ସମେତ ୧୨ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରାଯାଇ ୬ ଜଣ ଙ୍କୁ ଆଶା କିରଣ ହସ୍ପିଟାଲ ଓ ଅନ୍ୟ ୬ ଜଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଥିଲା,କିନ୍ତୁ ଗୁରୁତର ଥିବା ୩ଜଣଙ୍କୁ ସହିଦ ଲକ୍ଷ୍ମଣ ନାୟକ କଲେଜ୍ ମେଡିକାଲ୍ କୋରାପୁଟ କୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଥିବା କହିଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଦୂର୍ବରଜ ମୁର୍ମୁ।ସେମାନେ ହେଲେ,ସମା ସୀସା,ଅନନ୍ତ ରାମ ମୁଦୁଲି, ଓ ଦହନା ଖେମୁଣ୍ଡୂ।ଘଟଣା ସ୍ଥଳରେ ପାଡୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: