ଭାରତ ଫାଇନାନ୍ସ କମ୍ପାନୀର ଦାଦାଗିରି

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୯/୦୫): ଭାରତ ଫାଇନାନ୍ସ କମ୍ପାନୀ ଦାଦାଗିରି ଚଲାଉଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଓ ଶୋଷଣ କରୁଛି ଆଦିବାସୀ ଭାଇ ଭଉଣୀମାନଙ୍କୁ । ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର, ପାଟଲ ସାହି, ପାଦ୍ରିମାହା, ପାଙ୍ଗାରାହା ଗ୍ରାମରେ । ସୂଚନାନୁଯାୟୀ ,ଭାରତ ଫାଇନାନ୍ସ କମ୍ପାନୀ କିଛି ଏସଏଚଜି ଗ୍ରୁପକୁ ଟଙ୍କା ଫାଇନାନ୍ସ କରିଛି ।

ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଭାରତ ଫାଇନାନ୍ସ କମ୍ପାନୀର କର୍ମକର୍ତ୍ତାମାନେ ଜୁଲୁମ ଚଳେଇଛନ୍ତି ଆଦିବାସୀ ଭାଇ ଭଉଣୀମାନଙ୍କ ଉପରେ । କହୁଛନ୍ତି ଆମ ଟଙ୍କା ପରିଶୋଧ କର । ମହାମାରୀ କାରୋନା ଛଡେଇନେଇଛି ସେମାନଙ୍କର ଜୀବନ ଜୀବିକା । ବଞ୍ଚିବା ପାଇଁ ସେମାନେ କରୁଛନ୍ତି ସଂଗ୍ରାମ । ନା ଅଛି ପାଖରେ ପଇସା ଦୈନ୍ୟ ଦିନର ସଉଦା କିଣିବା ପାଇଁ , ନା ଅଛି ସାଧାରଣ ରୋଗ ପାଇଁ ଔଷଧ କିଣିବା ପାଇଁ ପଇସା । ଏ ସମୟରେ ଭାରତ ଫାଇନାନ୍ସ କମ୍ପାନୀର ପଇସା ଆଦାୟ ସାଧାରଣରେ ପ୍ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାନୁଯାୟୀ ଅତିରିକ୍ତ ତହସିଲଦାର-ଅକ୍ଷୟ ଟୁଡୁ, ବିଡ଼ିଓ-ପ୍ରବୀନ କୁମାର ବାଣୁଆ ଦାୟିତ୍ୱରେ ଥିବା ଥାନା ଅଧିକାରୀ -ତପନ ତରୁଣ ବେହେରା ମହୋଦୟ ଭାରତ ଫାଇନାନ୍ସ କମ୍ପାନୀକୁ ୧୫ ଦିନପାଇଁ ସିଲ୍ କରିଛନ୍ତି । ପ୍ରଶ୍ନ ଉଠେ କେତେଦିନ ନିଷ୍ପେସିତ ହେବର ଆଦିବାସୀ ଭାଇ ଭଉଣୀମାନେ । ସରକାର ଏଭଳି ଫାଇନାନ୍ସ କମ୍ପାନୀମାନଙ୍କ ଉପରେ ଲଗାମ ଲଗାଇବାକୁ ସାଧାରଣରେ ଚର୍ଚା ଜୋର ଧରିଛି ।

Welcome to Odisha News24

error: Content is protected !!
%d bloggers like this: