ଭାରତୀୟ ମଜଦୂର ସଙ୍ଘ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

ରିପୋର୍ଟ: ଦେବଦତ୍ତ ପଣ୍ଡା //
କଳାହାଣ୍ଡି, ତା.୨୨.୦୨.୨୦୨୧): ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଏହି ଅଧିବେଶନ ରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ସଂଘ ପ୍ରଭାରୀ,ସଂଘ ର କର୍ମକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା , ଦେବେନ୍ଦ୍ର ପଟ୍ଟଯୋଶୀ ପୂର୍ବତନ ରାଜ୍ୟ କାର୍ୟ୍ୟକାରୀ ସଭାପତି ଓଡିଶା ଭାରତୀୟ ମଜଦୂର ସଂଘ, ବିଏମଏସ ର ଓଡିଶା ପ୍ରଦେଶ ର ସମ୍ପାଦକ ଯୋଗେଶ୍ୱର ଦାସ, ବିଏମଏସ ପଶ୍ଚିମ ଓଡିଶା ସମ୍ପାଦକ ଅରୁଣ ସାହୁ, ଜ଼ିଲ୍ଲା ସଭାପତି ବିଶ୍ୱ ରଞ୍ଜନ ସା,ଦୀନେଶ ଅଗ୍ରୱାଲ, ଜୟନ୍ତ ପଣ୍ଡା, ସୁରେନ୍ଦ୍ର କର, ଝୁନୁପମା ଶତପଥି ଅଙ୍ଗନବାଡି ୱାର୍କରସ ସଂଘର ଜ଼ିଲ୍ଲା ସଭାନେତ୍ରୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ ସମାଜ ସେବି ଗୋଲାମୁଣ୍ଡା, ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଅତିଥି ରହି ଥିବାବେଳେ ସୁରେନ୍ଦ୍ର କର ସଭା ଟିକୁ ପରିଚାଳନା କରିଥିଲେ |
ସଭା ଆରମ୍ଭ କରିବା ପୂର୍ବରୁ ଭାରତ ମାତା ର ସ୍ଲୋଗାନ ଦେଇ ଭାରତ ମାତା, ପ୍ରଭୁ ବିଶ୍ୱକର୍ମା, ବିଏମଏସ ର ଜନ୍ମ ଦାତା ବାବୁ ରାୟ ତନ୍ତେପନ୍ତେ ଠେଁଙ୍ଗଡ଼ି ଜି ପ୍ରତିମୂର୍ତ୍ତି ପାଖରେ ପ୍ରଦୀପ ପ୍ରଯୁଲନ କରି ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଂଘ ର କାର୍ୟ୍ୟକ୍ରମ କୁ ଆଗକୁ ବଢ଼ା ଯାଇଥିବା ସହିତ ନୂତନ ଭାବରେ କର୍ମକର୍ତ୍ତା ମାନ ଚୟନ କରାଯାଇଥିଲା | ଅଧିବେଶନ ଉପରେ ବିଭିନ୍ନ ବ୍ଲକ ରୁ ଆସିଥିବା କେତେକ ମଜଦୂର ଭାଇ ମାନଂକୁ ମଜଦୂର ପ୍ରମାଣ କାର୍ଡ ବଣ୍ଟନ କରାଯାଇ ଥିଲା | ଏହି ସଭାଟିକୁ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଶତାଧିକ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମଜଦୂର ଭାଇ ମାନେ, ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ଅଙ୍ଗନବାଡି କର୍ମୀ ମାନଙ୍କ ମଧ୍ୟରୁ ଅଙ୍ଗନବାଡି ସଂଘ ର ଜ଼ିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟା ଜସ୍ମିନ ନାଏକ, ଧର୍ମଗଡ ବ୍ଲକ ଅଙ୍ଗନବାଡି ସଂଘ ର ସମ୍ପାଦିକା ପାର୍ବତୀ ଜାଲ, ସରୋଜିନୀ ଖମାରୀ,କୋକସରା ବ୍ଲକ ସଭାନେତ୍ରୀ ଦମୟନ୍ତୀ ଵେଶ୍ରାଓ ତୁଳସୀ ଵେଶ୍ରା ଓଗୋଲାମୁଣ୍ଡା ବ୍ଲକ ସଭାନେତ୍ରୀ ହସ୍ତା ସେଠୀ ଆ ଓ ଜୁନାଗଡ ବ୍ଲକ ସଭାନେତ୍ରୀ ସଂଜୀବନୀ ପାଢୀ , ଜ଼ିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ ଉପସ୍ଥିତ ରହି ସଭା ଟିକୁ ପରିଚାଳନା କରିବାରେ ପୂର୍ଣ୍ଣ ସହ ଯୋଗ କରି ଥିଲେ |

Welcome to Odisha News24

error: Content is protected !!
%d bloggers like this: