ଭାରତୀୟ ଜନତା ପାର୍ଟି ବିନିକା ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୦୯/୦୪): ବିନିକା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ବିନିକା ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ବିପ୍ରରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଓ ଭାଜପା ଜିଲ୍ଳା ସାଧାରଣ ସମ୍ପାଦକ ତଥା ବିନିକା ନଗର ପ୍ରଭାରୀ ବିଶ୍ବମ୍ଭର ମିଶ୍ରଙ୍କର ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଜିଲ୍ଳା ସଭାପତି ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।

ମଣ୍ଡଳ ଯୁବମୋର୍ଚା ସଭାପତି ଭୁବନେଶ୍ୱର ପାତ୍ର ସ୍ୱାଗତ ଭାଷଣ ରଖିଥିଲେ। ବୈଠକରେ ମଣ୍ଡଳ ର ସାଙ୍ଗଠନିକ ସଂରଚନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ବିଭିନ୍ନ ସ୍ଥାନୀୟ ସମସ୍ୟା ଉଲ୍ଲିଖିତ ଏକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା। ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ନଗରପାଳ ଉସତ କର ଚିଠା ପ୍ରସ୍ତାବ ଆଗତ କରିଥିବାବେଳେ ମଣ୍ଡଳ ଉପସଭାପତି ଧର୍ମେନ୍ଦ୍ର ସାହୁ ଚିଠା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ବାବୁଲୁ ବିଶି,ମଣ୍ଡଳ ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ମହଲିଙ୍ଗ, ଉପସଭାପତି ଭରତଚନ୍ଦ୍ର ହୋତା ଓ ପ୍ରଦ୍ୟୁମ୍ନ ମାହଣା, ଯୁବନେତା ଅମନ ଅଗ୍ରୱାଲ, ବନବିହାରୀ ମିଶ୍ର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ।

Welcome to Odisha News24

error: Content is protected !!
%d bloggers like this: