ଭର୍ଚୁଅଲ ମାଧ୍ୟମରେ ହିର୍ଲି ଡଙ୍ଗରର ଉନ୍ନୟନ ବୈଠକ, ” ଆଇ ଲଭ୍ ନବରଙ୍ଗପୁର ” ଆଲୋକ ସଜ୍ଜିତ ଲୋଗୋ ଲଗାଇବା ପାଇଁ ନିଷ୍ପତି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୭/୦୬): ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ହିର୍ଲି ଡଙ୍ଗର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ହିର୍ଲି ଡଙ୍ଗରରେ ଥିବା ଶିଶୁଉଦ୍ୟାନର ସୌନ୍ଦର୍ଯ୍ୟକରଣ କରିବା ସହିତ ସେଠାରେ ଥିବା ଦୁଇ ଗୋଟି ଦୋକାନ ଗୃହ ଗୁଡ଼ିକ ଓରମାସ ଦ୍ୱାରା ସ୍ଥିରୀକୃତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଗଲା ।

ଡଙ୍ଗର ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଆବଶ୍ୟକୀୟ ଆଲୋକର ବ୍ୟବସ୍ଥା କରିବା ସହିତ ଆଠ ପୁଟ ଉଚ୍ଚ ସତୁରି ପ୍ରସ୍ଥ ବିଶିଷ୍ଟ ସୁନ୍ଦର ଆଲୋକ ସଜ୍ଜିତ ” ଆଇ ଲଭ୍ ନବରଙ୍ଗପୁର ” ଲେଖା କରିବା ପାଇଁ ନବରଙ୍ଗପୁର ପୋୖର ପାଳିକାର ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକଙ୍କୁ ନିର୍ଦେଶ ଦିଆଯାଇଛି । ଡଙ୍ଗର ର ପର୍ଯ୍ୟଟନ ସ୍ଥଳୀରୁ ନବରଙ୍ଗପୁରକୁ ଅତି ପାଖରୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଏକ ଦୂରବୀକ୍ଷଣ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି ଓ ଏହା ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ସିଇଓ ଓରମାସଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ , ଉପ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା ଉମା ମହେଶ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ କୁମାର ମିଶ୍ର , ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ଅମରେନ୍ଦ୍ର ପାଢ଼ୀ, ତହସିଲଦାର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସହିତ ରାମମୂର୍ତ୍ତି ପଟନାୟକ, ପି. ଲିଙ୍ଗାମୂର୍ତ୍ତି ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: