ଭରସୁଜାରେ ସୁରକ୍ଷିତ ଦେଶାନ୍ତର ସମ୍ବନ୍ଧୀୟ କର୍ମଶାଳା

ରିପୋର୍ଟ: ବିମଳେନ୍ଦୁ ସାହୁ //
ଭରସୁଜା (୧୩/୦୨): ଲୋଇସିଂହା ଥାନା ବିନ୍ଧାପାଲି କଲ୍ୟାଣ ମଣ୍ଡପ ଠାରେ ସିଡବ୍ଲୁଏସ ଭବନେଶ୍ୱର ତରଫରୁ ସୁରକ୍ଷିତ ଦେଶାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭରସୁଜା ପଂଚାୟତର ସରପଞ୍ଚ ଗଣେଶ ସାହୁ ଯୋଗଦେଇ ସ୍ଵକୀୟ ମତାମତ ଉପସ୍ଥାପନ କରିବା ସହିତ ଦେଶାନ୍ତର ହେବା ପୂର୍ବରୁ ଲୋକେ ବ୍ଲକ ଲରେ ପଞ୍ଜିକରଣ କରିବା ସକାଶେ ଅନୁରୋଧ କରିଥିଲେ । ସିଡ଼ବ୍ଲୁଏସ ପକ୍ଷରୁ ଦାଦନର ସମସ୍ୟା ଓ ଆଇନଗତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଗାଁ ଗୁଡିକରେ ଥିବା ଦାଦନମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରମିକ ଦେଶାନ୍ତର କାର୍ଯ୍ୟକ୍ରମ ନେଇ ଶେଷ ପର୍ଯ୍ୟାୟରେ ଏକ ଯୋଜନା ପ୍ରଣୟନ କରାଯାଇଥିଲା । ଏହାକୁ ବୈକୁଣ୍ଠ ସାହୁ, ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ସୁଧାଂଶୁ ଶେଖର ନାଗ ପରିଚାଳନା କରିଥିଲା ବେଳେ ପିଣ୍ଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: