ଭତ୍ତା ଟଙ୍କା ହଡପ ଅଭିଯୋଗରେ ବିଡ଼ିଓଙ୍କ ବିରୁଦ୍ଧରେ ଥାନାରେ ଏତଲା

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୦୮/୦୧): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଗୁମ୍ମା ପଂଚାୟତର ପେନସନ ହିତାଧିକାରୀ ଆଜି ବୈପାରୀଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି l ଭତ୍ତା ଟଙ୍କା ହଡପ ଅଭିଯୋଗରେ ତେନ୍ତୁଳୀଗୁମ୍ମା ଗାଁର ଶୀତାଧିକ ମହିଳା ପୁରୁଷ ଥାନାରେ ପହଂଚିଥିଲେ l

ହେଲେ ଅପ୍ରୀତିକର ସ୍ଥିତକୁ ଦୃଷ୍ଟିରେରଖି ଜୟପୁର ଏସଡିପିଓ ଅରୂପ ବେହେରା ବୈପାରୀଗୁଡା ଥାନାରେ ପହଂଚିଥିଲେ l ଏସଡିପିଓ ଓ ବୈପାରୀଗୁଡା ବିଡ଼ିଓଙ୍କ ଉପସ୍ଥିତରେ ଥାନାରେ ହିତାଧିକାରୀଙ୍କୁ ପଚରାଉଚରା ପରେ ବିଭାଗୀୟ ପିଇଓ ଟଙ୍କା ହଡପ କରିଥିବା ଘଟଣା ସାମ୍ମନାକୁ ଆସିଥିଲା l ହେଲେ ଅଗାମି ୧୫ତାରିଖ ଦିନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ବିଡ଼ିଓ l ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ମାସ ଠାରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ମାନେ ପାଞ୍ଚ ମାସର ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ପାଇନାହାନ୍ତି l ମlଛାଗୁଡା ୧୬ଜଣ, ଟେକଗୁଡା ୫ଜଣ, ଭେଜିନିଗୁଡା ୪ଜଣ, କଣ୍ଟାବାଉଁଶିଆଗୁଡା ୨ଜଣ ମୋଟ ୨୭ଜଣ ହିତାଧିକାରୀ ଭତ୍ତା ପାଇନଥିବା ଘଟଣାକୁ ନେଇ ଗତ ଡିସେମ୍ବର ୧୮ତାରିଖ ଦିନ ସମିତି ବୈଠକରେ କୋରାପୁଟ ବିଧାୟକଙ୍କ ଉପସ୍ଥିତରେ ବ୍ଲକ ପ୍ରଶାସନ ନଜରକୁ ବ୍ଲକ ଉପାଧକ୍ଷ ତିଲୋଚନ ଜେନା ଆଣିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ହିତାଧିକାରୀ ଟଙ୍କା ପାଇଁ ନଥିବାରୁ ଆଜି ଗାଁ ଲୋକେ ବୈପାରୀଗୁଡା ଥାନାରେ ପହଂଚି ଏତଲା ଦେଲାପରେ ବିଡ଼ିଓ ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: