ବୟୋଜ୍ୟେଷ୍ଠ ମହିଳାଙ୍କୁ ଏକୁଟିଆ ପାଇ ତଣ୍ଟିରେ ଛୁରୀ ଲଗେଇ ତିନି ଭରି ସୁନା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଡକାୟତି ଅଭିଯୋଗ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୦୬-୦୬): ଟିଟିଲାଗଡ ସହର ହାଇସ୍କୁଲ ପଡା ନିଵାସୀ ଜଣେ ବୟୋଜ୍ୟେଷ୍ଠ ମହିଳା ଘରେ ଏକୁଟିଆ ଥିବା ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ,ଟିଟିଲାଗଡ ସହର ହାଇସ୍କୁଲ ପଡା ନିଵାସୀ ରାଧାରାଣୀ ପାଢ଼ୀ ନାମ୍ନୀ ୮୧ ବର୍ଷୀୟ ବୟୋଜ୍ୟେଷ୍ଠ ମହିଳା କୁ ଗତ ଏପ୍ରିଲ ମାସ ୧୨ତାରିଖ ଅପରାହ୍ନ ପ୍ରାୟ ୮ ଘଣ୍ଟା ସମୟରେ ଜଣେ ଯୁବକ ତାଙ୍କ ଘର କବାଟ ବାଢ଼େଇବା ସହ କଲିନ ବେଲ ଚିପିଥିଲା । ସେ କବାଟ ଖୋଲିବା ମାତ୍ରେ ଜଣେ ଯୁବକ ଏକ ମୁଖା ପିନ୍ଧିଥିବା ଅବସ୍ଥାରେ ଶ୍ରୀମତୀ ପାଢ଼ୀ ଙ୍କୁ ତାଙ୍କ ବେକରେ ଏକ ଛୁରୀ ଲଗେଇ ଦେଇ ଆଲମାରୀ ଖୋଲିବା କୁ କହି ସେଥିରେ ଥିବା ୪୦ହଜାର ଟଙ୍କା ଓ ତିନି ଭରି ସୁନା ଓ ସେ ବେକରେ ପିନ୍ଧି ଥିବା ସୁନା ଚେନ ସହ କାନ ଫୁଲ ଚିଣ୍ଡେଇ ନେଇ ଚମ୍ପଟ ମାରିଥିଲା । ଉକ୍ତ ଯୁବକ ର ଅନ୍ୟ ଜଣେ ସହଯୋଗୀ ବାଇକ ରେ ପୂର୍ବରୁ ପ୍ରସ୍ତୁତ ରହିଥିବା ବେଳେ ଦୁହେଁ ଫେରାର ହୋଇଯାଇ ଥିବା ଅଭିଯୋଗ ହୋଇଛି । ଏନେଇ ଉକ୍ତ ମହିଳା ଏକୁଟିଆ ଓ ଅସୁସ୍ଥତା କାରଣ ରୁ ଥାନା କୁ ଘଟଣାର ପର ଦିନ ୧୩ ତାରିଖରେ ଏତଲା ଅନ୍ୟ ଜଣେ ସମ୍ପର୍କୀୟ ଙ୍କ ହାତରେ ପ୍ରେରଣ କରିଥିବା ବେଳେ ଆଜି ରବିବାର ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଜଣାଇଛନ୍ତି । ତେବେ ଉକ୍ତ ଘଟଣାର ଜଣେ ଅଭିଯୁକ୍ତ ଅନ୍ୟ ଏକ ମାମଲା କ୍ରମେ ଟିଟିଲାଗଡ ଜେଲ ରେ ବିଚାରଧୀନ ଭାବେ ବନ୍ଦୀ ଥିବା ବେଳେ ତାର ଅନ୍ୟ ଜଣେ ସହଯୋଗୀ ଯିଏକି ଟିଟିଲାଗଡ ସର୍ଗିଗୁଡା ନିଵାସୀ ତାଙ୍କ ନାମରେ ବିଭିନ୍ନ ମାମଲା ରୁଜ୍ଜୁ ଥିବା ସୂଚନା ମିଳିଛି । ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ମିଳିଛି ।

Welcome to Odisha News24

error: Content is protected !!
%d bloggers like this: