ସାଧାରଣ ଜନତାଙ୍କ ସ୍ୱର

ବ୍ଲଡ଼ ଡୋନର୍ସ ଅଫ ଇଣ୍ଡିଆ ତରଫରୁ ରାଜ୍ୟସ୍ତରୀୟ “ଓଡିଶା ସମ୍ମାନ’

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୭-୧୨): ରକ୍ତ ଦାନ ଜୀବନ ଦାନ ବୋଲି ଆଖ୍ୟା ଦିଆଯାଇ ଥିବା ବେଳେ ଏହି ମହତଦାନର ଅନ୍ୟ କୌଣସି ବିକଳ୍ପ ନାହିଁ। ବର୍ତ୍ତମାନର ଏହି ରକ୍ତ ଆବଶ୍ୟକତା ଅନୁସାରେ ଅଭାଵ ସମସ୍ୟା ପରିଲକ୍ଷିତ ହୋଇ ଆସୁଛି । ଗତ ୨୦୦୧ ମସିହାରେ ଏହି ରକ୍ତ ଦାନ କରୁଥିବା ସ୍ବେଚ୍ଛାସେବୀଙ୍କୁ ନେଇ ଓ ରକ୍ତ ଅଭାବରୁ କାହାର ମୃତ୍ୟୁ ନ ହେଉ ସେହି ଉଦେଶ୍ୟ ରେ ଜାତୀୟ ସ୍ତରରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।poor people are forced to donate blood 12 times in a month read the horrifying truth of blood donation in india fe2f1

ସେହି ପରି ଭାରତ ର ପ୍ରତି ରାଜ୍ୟ ର ରକ୍ତଦାତା ଓ ସ୍ବେଚ୍ଛାସେବୀ ଙ୍କୁ ନେଇ ଏହି ରକ୍ତ ଅଭାଵ ସମସ୍ୟା ପାଇଁ ଗଠିତ ଏହି ‘ବ୍ଲଡ଼ ଡୋନର୍ସ ଅଫ ଇଣ୍ଡିଆ’ ତରଫରୁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରକ୍ତ ଅଭାଵ ଜନିତ ମୃତ୍ୟୁ ସଂଖ୍ୟା ୬୦% ଭାଗ କୁ ହ୍ରାସ ପାଇଥିବା ଜାତୀୟ ସଭାଉପଦେଷ୍ଟା ନାଵର ସୋରେଙ୍ଗ ସୂଚନା ଦେଇଛନ୍ତି । ଆସନ୍ତା ୨୦୨୩ ତିନି ବର୍ଷ ମଧ୍ୟରେ ଏହି ମୃତ୍ୟୁ ସଂଖ୍ୟ କୁ ସମ୍ପୂର୍ଣ୍ଣ ମୁଳ ପୋଛ କରାଯିବା ସ୍ଥିର କରାଯାଇ ଥିଲା । କୋଭିଡ-୧୯ ପାଇଁ ଓଡ଼ିଶା ଓ ଅନ୍ୟ ରାଜ୍ୟର ଚଳିତ ବର୍ଷ ର କର୍ମକର୍ତ୍ତା ଚୟନ ପ୍ରକ୍ରିୟା କୁ ଅଟକ ରଖାଯାଇଛି । ନୂତନ ଯୁବପିଢି ଙ୍କୁ ରକ୍ତଦାତା ରୂପେ କିପରି ,ସଦସ୍ୟ,ସଦସ୍ୟା ଏଣୁ ସାମ୍ପ୍ରତିକ ସମୟରେ ଏହି ରକ୍ତ ଦାନ ଅନୁରୂପ ଭାବେ ବଢିବା ନିତାନ୍ତ ଜରୁରୀ ହୋଇପଡିଛି। ଏହି ରକ୍ତଦାନ କୁ ନେଇ ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମୀୟମ ହୋଟେଲରେ କରୋନା କଟକଣାକୁ ଦୃଷ୍ଟି ରେ ରଖି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ସବୁ ରାଜ୍ୟ ରୁ ଜଣେ ରକ୍ତଭଣ୍ଡାର ଅଧିକାରୀ ଙ୍କ ନାମ ତାଲିକା ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟା ଜରୀଆରେ ଏକ ତାଲିକା ପ୍ରକାଶ ପାଇଛି । ଓଡିଶା ର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ରକ୍ତଭଣ୍ଡାର ଅଧିକାରୀ ଭାବେ କାର୍ଯ୍ୟରତ ଗଜିନ୍ଦ୍ର ନାଥ ରାଉତ ଙ୍କୁ ଓଡିଶା ସମ୍ମାନ ରେ ସମ୍ମାନିତ କରାଯିବା ସହ ଓଡିଶା ରାଜ୍ୟ କଳା ଗବେଷଣା ଓପ୍ରତିଷ୍ଠାନ ତରଫରୁ ପୁରସ୍କୃତ କରାଯିବା ସ୍ଥିର କରାଯାଇଥିବା ବେଳେ ଆଗାମୀ ଦିନରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି । ସମସ୍ତ ଗ୍ରୁପର ରକ୍ତ ଜରୁରୀକାଳୀନ ସ୍ଥିତି ରେ ଗଚ୍ଛିତ ରଖିବା ଓ ସମସ୍ତ ରକ୍ତ ଗ୍ରୁପ ର ରକ୍ତ ସଠିକ ସମୟରେ ରୋଗୀ ଙ୍କୁ ଯୋଗାଇ ଦେବା ସହ ୨୦୨୦ ମସିହାରେ ରକ୍ତଦାତାଙ୍କ ଠାରୁ ରକ୍ତଦାନ ଶିବିର ପରିଚାଳନା କରି ରାଜ୍ୟର ସମସ୍ତ ଅଞ୍ଚଳରୁ ଅଧିକ ରକ୍ତ ଶ୍ରୀ ରାଉତ ସଂଗ୍ରହ କରିପାରିଛନ୍ତି । 90c70422 0e6c 4697 b38a 10080aaf7c61ଉକ୍ତ ଜରୁରୀକାଳୀନ ସଭା ରେ ନୂଆଦିଲ୍ଲୀ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ଅନ୍ୟ ରାଜ୍ୟ ର କାର୍ଯ୍ୟକର୍ତା ଯୋଗଦେଇଥିବା ବେଳେ ସଙ୍ଘ ର ଜାତୀୟ ସଭାପତି ନବେର ସୋରଙ୍ଗ ସଭା ସାଙ୍ଗ କରିଥିଲେ। ଏ ନେଇ ଶ୍ରୀ ରାଉତଙ୍କୁ ପୁରସ୍କୃତ କରିବା ନେଇ ସ୍ବେଚ୍ଛାସେବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

Welcome to Odisha News24

%d bloggers like this: