ସାଧାରଣ ଜନତାଙ୍କ ସ୍ୱର

ବ୍ଲକ ସ୍ତରୀୟ ପଂଚାୟତରାଜ ଦିବସ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୫/୦୩): ବୈପାରୀଗୁଡା ପଂଚାୟତ ସମିତି ପକ୍ଷରୁ ବ୍ଲକ ସ୍ତରୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସକାଳ ୧୧ଘଂଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ହିସାବ ଅଧିକାରୀ ଶିବରାମ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ମଧ୍ୟରୁ ଉପଧକ୍ଷ ତିଲୋଚନ ଜେନା, ନବରଙ୍ଗପୁର ସାଂସଦ ପ୍ରତିନିଧି ସାଥୀରମ ନାୟକ, ବୈପାରୀଗୁଡା ସରପଞ୍ଚ ସଙ୍ଘ ସଭାପତି ଭାଗିରଥି ମୁରଜିଆ, ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏହି ଅବସରରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପଂଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉଦ୍ୟମ ଜାରୀ ରଖିଥିଲେ । ଏଣୁ ତାଙ୍କରି ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କରି ପୁତ୍ର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଜାରୀ ରଖିଥିବା ଉଦ୍ୟମକୁ ମଂଚାସୀନ ଅତିଥି ମାନେ ପ୍ରଂଶସା କରିଥିଲେ । ଏହି ଅବସରରେ ବ୍ଲକ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ଏବଂ ଜନପ୍ରତିନିଧି, ସମସ୍ତ ପିଇଓ, ଜିଆରଏସ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ଲକର ସମସ୍ତ ଷ୍ଟାଫ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

%d bloggers like this: