ସାଧାରଣ ଜନତାଙ୍କ ସ୍ୱର

ବ୍ଲକ ବିଜେଡିର ସାଧାରଣ ବୈଠକ , ବନ୍ଧୁଗାଁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୨୧/ ୨): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଠାରେ ବିଜେଡ଼ି ଦଳ ପକ୍ଷରୁ ବ୍ଲକ ସଭାପତି ସାରାସା ଭାଦ୍ରା ନାଗାଙ୍କ ନେତୃତ୍ୱରେ ସାଧାରଣ ବୈଠକ ଆଲୋଚନା ହୋଇଥିଲା | ଏଥିରେ ବ୍ଲକ ସଭାପତି ଓ ସମ୍ପାଦକ ଅଭିମନ୍ୟ ଭାଣ୍ଡି ବନ୍ଧୁଗାଁ ପଞ୍ଚାୟତ ସଭାପତି ବୀଜୟ କୁମାର ବେହେରା ବ୍ଲକ ଦୁଇ ଜଣ ଜୋନାଲ କମିଟି ଚେୟାରମେନଙ୍କ ଉପସ୍ଥିତୀରେ ସାତଗୋଟି ଗ୍ରାମ ପଞ୍ଚାୟତର ଉନତି ମୂଳ କାର୍ଯ୍ୟକୁ ନେଇ ଆଲୋଚନା କରାଯାଇଥିଲା |

ପ୍ରତ୍ୟେକ ଗ୍ରାମରେ ରହିଥିବା ଅନ୍ୟାନ୍ୟ ଉନୟନ ମୂଳକ କାମକୁ ନେଇ ଆଲଚନା କରାଯାଇଥିଲା | ବ୍ଲକର ସମସ୍ତ ପଞ୍ଚାୟତର ବିଜେଡ଼ି ସଭାପତି ଓ ପଞ୍ଚାୟତର କେତେକ ପୁରୁଖା ନେତାଙ୍କୁ ନେଇ ପ୍ରାୟ ଏକ ସହରୁ ଉର୍ଦ୍ଧ କର୍ମୀଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇଥିଲା | ୧୩ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ଗାଟିଏ ଲେଖାଏଁ ଖାତା ମାଧ୍ୟମରେ ପ୍ରତ୍ୟକ ଗ୍ରାମ ପାଇଁ କିଛି କିଛି ଉନତି କାର୍ଯ୍ୟ ଉପରେ ପଞ୍ଚାୟତର ସଭାପତି ଗ୍ରାମରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲଚନା କରାଯାଇ ଶେଷରେ ବ୍ଲକ ସଭାପତି ଙ୍କ ନିକଟରେ ୧୩ ଗୋଟି ଖାତାକୁ ନେଇ ଜିଲ୍ଲା ବିଜେଡ଼ି ସଭାପତିଙ୍କୁ ହସ୍ତାନ୍ତର କରିବା ପାଇଁ ବ୍ଲକ ସଭାପତି ଓ ସମ୍ପାଦକଙ୍କୁ ହସ୍ତାନ୍ତର କରାଗଲା ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ l

Welcome to Odisha News24

%d bloggers like this: