ବ୍ଲକ ପ୍ରଶାସନ ଦ୍ୱାରା ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୧୮/୦୫): ଲକ୍ ଡାଉନ୍ ଆରମ୍ଭରୁ ହରଭଙ୍ଗା ବ୍ଲକ ର ସରସରା, ତାଳବାହାଲ, ବେଠିଆବେରୁଣି ଲାଣ୍ଡିବନ୍ଧ, ରଧାନଗର,ବୃନ୍ଦାବନ, ଶ୍ୟାମସୁନ୍ଦରପୁର, କରଡ଼ି,ରାମଗଡ଼, ଖଜୁରିଆ,ଛେଳିଲେଣ୍ଡି,ଶ୍ରୀରାମପୁର,ପୁରୁଣାକଟକ,ବଡବନ୍ଧ ,ସରଧାପୂର୍,ଉଦୟପୁର ଗ୍ରାମ ମାନଙ୍କରେ ଏଲ କେ ବିକେ ସରସରା ଏବଂ ବ୍ଲକ ପ୍ରଶାସନଙ୍କ ଆନୁକୁଲ୍ୟରେ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ।

ଏଲ କେ ବି କେ ର ଏହି ସେବା କାର୍ଯ୍ୟ କୁ ଦେଖି ବିଡିପିଏଲ୍ ସେଚ୍ଛାକୃତ ଭାବରେ ସହଯୋଗ ର ହାତ ବଢ଼େଇଛି । ଯାହାଫଳରେ ଆଜି ଅନ୍ତିମ ଦିବସରେ ରନ୍ଧା ଖାଦ୍ୟ ସହିତ କିଛି ଶୁଖିଲା ଖାଦ୍ୟ(ଚୂଡା,ଚିନି,ମୁଢ଼ି, ମିକ୍ଚର, ବିସ୍କୁଟ )ଆଦି ବଣ୍ଟନ କରାଯାଇଛି। ଆଜି ଅନ୍ତିମ ଦିବସରେ ଏଲ କେ ବି କେ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ଓ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତଙ୍କ ଘରକୁ ଘର ଯାଇ ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ସେବା କାର୍ଯ୍ୟ ଦେଖି ବିଭିନ୍ନ ସ୍ଥାନରୁ ବହୁ ସହୃଦୟ,ବଦାନ୍ୟ ବ୍ୟକ୍ତି ପୁରୁଣାକଟକ କଲେଜ ର ଅଧକ୍ଷ ଶ୍ରୀଯୁକ୍ତ ମନୋଜ ପାଠୀ,ସଂଗ୍ରାମ ଦେହୁରୀ,ପ୍ରତାପ ଚନ୍ଦ୍ର କର୍ଣ୍ଣ,ସୌମ୍ୟରଞ୍ଜନ ଦାସ,ଜଗଦୀଶ କର୍ଣ୍ଣ ଆମକୁ ବ୍ୟକ୍ତିଗତ ଭାବରେ ସାହାଯ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ଭାବରେ ମନୋଜ ଭୋକ୍ତା,ଅଭିମନ୍ୟୁ ପ୍ରଧାନ, ଶିଳ୍ପା ରାଣୀ ବେହେରା, ପ୍ରିୟବ୍ରତ ନାଏକ, ଯୋଗୋମାୟା ଦେହୁରୀ,ରଜତ ବେହେରା,ଶ୍ରୀକାନ୍ତ ମେହେର ,ପ୍ରଶାନ୍ତ ବିଶି,ଶମ୍ଭୁ ପ୍ରସାଦ ସାହୁ ସହଯୋଗ କରିଥିଲେ । କରୋନା ମହାମାରୀ ସମୟରେ ସମସ୍ତେ ନିଜେ ସୁରକ୍ଷିତ ରହିବାକୁ ଘରୁ ବାହାରୁ ନ ଥିବା ସ୍ଥଳେ ଏଲ କେ ବି କେ ର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସ୍ବେଛାସେବୀ ମାନେ କରୋନା ର ଭୟା ବହ କୁ ଭୃ କ୍ଷେପ ନ କରି ଘରକୁ ଘର ଯାଇ ଖାଦ୍ୟ ବଣ୍ଟନ କରିଛନ୍ତି । ଅନୁଷ୍ଠାନ ସହିତ ସମସ୍ତ ସ୍ୱେଚ୍ଛାସେବୀ ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆମେ ଦୀର୍ଘ ୧୦ ଦିନ ଧରି ଏହି ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ସୁରୁଖୁରୁରେ ତୁଲେଇ ପାରିଛୁ ବୋଲି ଅନୁଷ୍ଠାନର ସମ୍ପାଦିକା ମତବ୍ୟକ୍ତ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: