ସାଧାରଣ ଜନତାଙ୍କ ସ୍ୱର

ବ୍ରିଜ଼ରୁ ପଡି ପୁଣି ଏକ ଶ୍ରମିକର ଜୀବନ ଗଲା

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୦୫/୦୩): ବହୁ ପ୍ରତିକ୍ଷୀତ ଧଳପୁର ରୁ ଆଠମଲ୍ଲିକକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ଼ ଉପରେ କାମ କରୁଥିବା ଶ୍ରମିକ ଗତକାଲି ରାତ୍ରିରେ ବ୍ରିଜ ଉପରୁ ତଳକୁ ଖସି ଜୀବନ ଚାଲିଯାଇଛି | ଶ୍ରମିକ ଜଣକ ପଶ୍ଚିମ ବଙ୍ଗ ମାଦଳା ଅଂଚଳର ସମୀର ଘୋଷ (୨୨) ବୋଲି ସୂଚନା ମିଳୁଛି |

ଏହାପୂର୍ବରୁ ଆଉ ଜଣେ ଶ୍ରମିକ ମଧ୍ୟ ବ୍ରିଜ ତଳକୁ ଖସି ମୃତ୍ୟୁ ହୋଇଥିଲା | ଏତେ ଉଚ୍ଚରେ ଶ୍ରମିକ ମାନେ କାମ କରୁଛନ୍ତି କିନ୍ତୁ କୋଣସି ସୁରକ୍ଷା ପୋଷାକ, ରୋପ, କମ୍ବା ସିଟ ବେଲ୍ଟ କାମ କରୁଥିବା ସମୟରେ ବ୍ୟବହାର କରିବା ପାଇଁ ଦିଆଯାଉ ନ ଥିବାର ଅଭିଯୋଗ ହେଉଛି | ଠିକାଦାରଙ୍କ ମନମୁଖୀ କାମ ପାଇଁ ଦୁଇ ଦୁଇଟି ନିରୀହ ଶ୍ରମିକଙ୍କ ପ୍ରାଣ ଚାଲିଯାଇଛି | ଏଣୁ ପ୍ରଶାସନଙ୍କୁ ଅନୁରୋଧ ଆଗକୁ ଯଦି ଏମିତି ବିନା ସୁରକ୍ଷା ଯନ୍ତ୍ର ପାତି ବ୍ୟବହାର ନ କରି କାମ ଚାଲୁ ରୁହେ ଆହୁରି କେତେ ନିରୀହ ଶ୍ରମିକଙ୍କ ଜୀବନ ଚାଲିଯିବ ତାହା ଜଳ ଜଳ ହୋଇ ଦେଖା ଯାଉଛି | ତେଣୁ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଶ୍ରମିକ ଓ ସ୍ଥାନୀୟ ଜନତାଙ୍କ ବୌଦ୍ଧ ଜିଲ୍ଲାପାଳଙ୍କୁ ଅଭିଯୋଗ ଆଣିଛନ୍ତି |

Welcome to Odisha News24

%d bloggers like this: