ସାଧାରଣ ଜନତାଙ୍କ ସ୍ୱର

ବ୍ରହ୍ମପୁରରେ ଯୁବକ ଯୁବତୀ ମାନଙ୍କ ଦ୍ୱାରା ମିଷ୍ଟର ଓ ମିସ ଓଡିଶା ୨୦୨୧ଅନୁଷ୍ଠିତ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୮/୦୨): ନ୍ୟୁଜ୍8ଓଡ଼ିଆ ଏବଂ ଲୋଟସ ଓ ମୋ ଭୁବନେଶ୍ବର ପକ୍ଷ୍ୟରୁ ଅନୁଷ୍ଠିତ ହୋଇଯାଇଛି ଫେସନ୍ ସୋ l ରବିବାର ବ୍ରହ୍ମପୁର ନନ୍ଦନ ଇଣ୍ଟରନେସନାଲ ହୋଟେଲରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କରୋନା କଟକଣା ଯୋଗୁଁ ବହୁ ପ୍ରତିଯୋଗୀ ଏହି ସୋ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ୩୦ ଜଣ ପ୍ରତିଯୋଗୀ ମାନଙ୍କୁ ନେଇ ଅଡିସନ ହୋଇଥିଲା |

ଏବଂ ଏଥିରେ ୩ ଜଣ ମଧ୍ୟ ମନୋନୀତ ହୋଇଥିଲେ। ସେମାନେ ହେଉଛନ୍ତି ରୋଜା ଗୋୖଡ଼, ତମନା ରାଣୀ ନାୟକ ଓ ସାଜିନ ଶତୃଶଲ୍ୟ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ CEO ମନାଲି ସାହୁ, ଡିରେକ୍ଟର ଦେବାଶିଷ ମହାପାତ୍ର, ଆୟୁଷ ଅଂଶୁମାନ ଓ ପ୍ରତୀକ୍ଷା ଯୋଗ ଦେଇଥିଲେ ଏବଂ ପ୍ରତିଯୋଗୀ ମାନଙ୍କୁ ଚୟନ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ l ପୂର୍ବରୁ ରାୟଗଡାରେ ଏହି ଅଡିସନ ଅନୁଷ୍ଠିତ ହୋଇଯାଇଛି। ଇଛୁକ ପ୍ରାର୍ଥୀ ମାନେ ଶୀଘ୍ର ଅନଲାଇନ୍ ରେ ଫର୍ମ ପୂରଣ କରିପାରିବେ ବୋଲି ଦେବାଶିଷ ମୋହାପାତ୍ର ପ୍ରକାଶ କରିଥିଲେ l ଆଗକୁ ସେମି ଫାଇନାଲ ଏବଂ ଫାଇନାଲର ମହା ସଂଗ୍ରାମରେ କିଏ ବିଜୟ ହେବ ଓଡିଶାର ବିୟୁଟି କୁଇନସ୍ ତାକୁ ହିଁ ପ୍ରତିଯୋଗୀ ମାନଙ୍କର ଅପେକ୍ଷା l ଆଗକୁ କଟକ ,ବାଲେଶ୍ଵର ଏବଂ ଅନେକ ଜିଲ୍ଲା ମାନଙ୍କରେ ମଧ୍ୟ ଏହି ଶୋ ଅନୁଷ୍ଠିତ ହେବ।

Welcome to Odisha News24

%d bloggers like this: