ବ୍ରହ୍ମଚାରି ଗ୍ରାମର ଜଣେ ଯୁବକ ଜାମୁ ଗଛ ଡାଲରେ ଦଉଡି ଦେଇ ଆତ୍ମହତ୍ୟା

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ(୧୧/୦୬): ବୌଦ୍ଧ ଥାନା ଅନ୍ତର୍ଗତ ବ୍ରହ୍ମଚାରି ଗ୍ରାମର ଜଣେ ଯୁବକକୁ ଆଜି ଜାମୁଗଛ ଡାଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି |

ସୂଚନାନୁଯାଇ ଆଜି ସକାଳେ ବ୍ରହ୍ମଚାରୀ ଗାଁ ର ବୀରେନ୍ଦ୍ର ଭୋକ୍ତା (୩୫)ଙ୍କ ମୃତ ଦେହ ନିକଟସ୍ଥ ସାଲୁଙ୍କି ନଦୀ କୂଳରେ ଥିବା ଏକ ଜାମୁ ଗଛ ରେ ଝୁଲୁଥିବା ଲୋକେ ଦେଖିଥିଲେ | ପରିବାର ଲୋକେ ଖବର ପାଇବା ମାତ୍ରେ ବୌଦ୍ଧ ଥାନାକୁ ଖବର ଦେଇଥିଲେ | ବୌଦ୍ଧ ଆଦର୍ଶ ଥାନା ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତର ଖାନାକୁ ଆଣିଥିଲେ | ଯୁବକ ଜଣକ ବରଗଡ ଅଂଚଳରେ ରହି ଡ୍ରାଇଭିଂ କାମ କରୁଥିଲେ ଓ କିଛିଦିନ ହେବ ଘରକୁ ଆସିଥିଲେ | ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ | ପୋଲିସ ଆତ୍ମହତ୍ୟାର ଅନୁସନ୍ଧାନ କରୁଛି |

Welcome to Odisha News24

error: Content is protected !!
%d bloggers like this: