ସାଧାରଣ ଜନତାଙ୍କ ସ୍ୱର

ବୌଦ୍ଧ ଡ୍ରାଇଭର ମହାସଂଘର ସାଧାରଣ ବୈଠକ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୨୭/୦୨) : ବୌଦ୍ଧ, ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ତାଲବାହାଲ ଠାରେ ଗତକାଲି ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |

୩୦ଜଣ ଡ୍ରାଇଭରଙ୍କ ସମେତ ସଭାପତି ସୁନୀଲ କୁମାର ଦାସ, ଉପସଭାପତି ବିପିନ ବିହାରୀ ବ୍ରହ୍ମା, ସମ୍ପାଦକ ସୁଜିତ ସ୍ବୀଇଁ, ସୁଶାନ୍ତ ସେଠି ଉପସ୍ଥିତ ରହିଥିଲେ | ଜିଲ୍ଲା ସବୁ ଡ୍ରାଇଭର ଭାଇଙ୍କ ଏକତା ଅକ୍ଷୁର୍ଣ୍ଣ ରଖିଵା ଏବଂ କରୋନା ସମୟରେ ଜନସାଧାରଣ ଓ ପ୍ରଶାସନ କୁ ଦିନରାତି ଘରୁ ବାହାରେ ରହି ସେବା କରି ବି ଡ୍ରାଇଭର ମାନଙ୍କ କୋଣସି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି | ତେଣୁ ଏହା ଉପରେ ଆଲୋଚନା ହୋଇଥିଲା | ଜିଲ୍ଲା ସଭାପତି କହିଛନ୍ତି ଆଗାମୀ ଦିନରେ ପ୍ରଶାସନ ତାଙ୍କ ଅଭିଯୋଗ ଗୁଡିକ ପୂରଣ ନକଲେ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ ବୋଲି ଜଣାଇଛନ୍ତି |

Welcome to Odisha News24

%d bloggers like this: