ବୌଦ୍ଧ ଜିଲ୍ଲାରେ ଚାଲିଛି ଇଲେକଟ୍ରିକ ପୋଲ ଚୋରି

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ, ହରଭଙ୍ଗା (୧୭/୦୫): ବୌଦ୍ଧ ଜିଲ୍ଲା ଜଗନ୍ନାଥ ସଡ଼କ ଦେଇ ନୂତନ ଭାବରେ ଇଲେକଟ୍ରିକ ସଂଯୋଗୀ କରଣ ହେଉଥିବା ଇଲେକଟ୍ରିକ ପୋଲ ଗୁଡିକ ଏଵେ ଚୋରି ହେବାରେ ଲାଗିଛି | ସୂଚନାନୁଯାଇ କୋଣସି ଅଜଣା ବ୍ୟକ୍ତି ମାନେ ରାତ୍ରି ସମୟରେ ଗାଡ଼ିରେ ଆସି ଗ୍ୟାସ କଟର ମେସିନ ସାହାଯ୍ୟରେ ଲୁହା ଇଲେକଟ୍ରିକ ପୋଲ ଗୁଡିକ କାଟି ଗାଡ଼ିରେ ଲୋଡ଼ ନେଇଯାଉଛନ୍ତି |

ରାମଗଡ, ପଲସପାଟ, ଶ୍ୟାମସୁନ୍ଦରପୁର, କରଡ଼ି ଇତ୍ୟାଦି ଅଂଚଳରୁ ପ୍ରାୟ ୧୨ଟି ପୋଲ ଓ ତାର କାଟି ନେଇଛନ୍ତି | ଇଲେକଟ୍ରିକ ସଂଯୋଗୀ କରଣ ନ ହେବା ପୂର୍ବରୁ ପୋଲ ଓ ତାର ଚୋରି ଘଟଣା ଏହି ଅଞ୍ଚଳ ଗୁଡିକରେ ଚିନ୍ତାର ବିଷୟ ପାଲଟିଛି | ଇଲେକଟ୍ରିକ ବିଭାଗୀୟ କର୍ତ୍ତୃପକ୍ଷ ଏହି ବିଷୟରେ ଅବଗତ ଅଛନ୍ତି କି ଜାଣି ନ ଜାଣିବାର ବାହାନା କରୁଛନ୍ତି ଜଣାପଡ଼ୁନାହିଁ | କାମ ସଂପୁର୍ଣ ନ ହେବା ପୂର୍ବରୁ ଏଭଳି କାର୍ଯ୍ୟକୁ ଠିକାଦାର ଜାଣିଛନ୍ତି କି ନାହିଁ, ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା ଗୁଡିକ ଏହିଭଳି ଭାବରେ ଖର୍ଚ୍ଚ ହୋଇ ଜନସାଧାରଣଙ୍କ କାମରେ ଆସୁନି | ଆଗକୁ ଏହା ଉପରେ ଦୃଷ୍ଟି ନ ଦେଲେ ଗୋଟିଏ ବି ଲୁହାର ଇଲେକଟ୍ରିକ ପୋଲ ରହିବ ନି | ମାନନୀୟ S D O ବୌଦ୍ଧ ଏହା ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: