ରାଜପଥ ୫୭ରେ ବୋଲରୋ ଧକ୍କାରେ ଯବାନ ଗୁରୁତର

ରିପୋର୍ଟ: ସୁଶାନ୍ତ ବେହେରା //

ହରଭଙ୍ଗା,ବୌଦ୍ଧ (୦୯/୦୬): ଜାତୀୟ ରାଜପଥ ୫୭ ଲୁଣିବାହାଲ ଛକ ନିକଟରେ ଏକ ବୋଲେରୋ ଧକ୍କା ଦେବା ଫଳରେ ଯବାନ ଗୁରୁତର ଆହତ ହୋଇଛନ୍ତି |

ସୂଚନାନୁଯାଇ ଗତକାଲି ଦିନ ୨ ଘଣ୍ଟା ସମୟରେ କୋଣସି କାମରେ ଆସି ଘରକୁ ଫେରିବା ସମୟରେ I R B ଯବାନ ସୁଜିତ କୁମାର ପ୍ରଧାନ (୩୦) ନିଜ ଅପାଚି ଗାଡ଼ିରେ ଲୁଣିବାହାଲ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ଗାଡି ଓଡି୧୭-ଏଲ-୪୧୭୨ ସହ ଧକ୍କା ହୋଇଥିଲା | ଫଳରେ ବାଇକ ଆରୋହୀ ଯବାନ ଗୁରୁତର ହୋଇଥିଲେ | ଗୁରୁତର ଅବସ୍ଥାରେ ଯବାନଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତି କରାଯାଇଛି |

Welcome to Odisha News24

error: Content is protected !!
%d bloggers like this: