ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ବୋରିଗୁମ୍ମା ଥାନାରେ ଏତଲା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୦/ ୦୬) : ବୋରିଗୁମ୍ମା ସ୍ଥିତ ବଙ୍କା ସାହିରେ ବାଙ୍ଗଲା ଦେଶୀ ମୁସଲିମ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।ହିନ୍ଦୁ ଝିଅ ମାନଙ୍କୁ ପ୍ରେମ ବିବାହ କରି ତାଙ୍କ ପୈତୃକ ସମ୍ପତ୍ତି ହାତେଇ ନିଜ ଜନ୍ମ ମାଟିର ପରିବାର ସଦସ୍ୟଙ୍କୁ ପ୍ରଦାନ କରୁଥିବା ଅଭିଯୋଗ ଆଣିଛି ବିଶ୍ବ ହିନ୍ଦୁ ପରିଷଦ ।

କୋରାପୁଟ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ର ସମ୍ପାଦକ ଶ୍ରୀ କମଳାକାନ୍ତ ବିଶ୍ବାଳଙ୍କ ନେତୃତ୍ବରେ ଆଜି ବୋରିଗୁମ୍ମା ଥାନାରେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି ।ଛୋଟ ଛୋଟ ବ୍ୟବସାୟ କରି କିପରି ଏମାନେ କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ଏହା ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ ।ବୋରିଗୁମ୍ମା ବଙ୍କା ସାହିର ମହମ୍ମଦ ସହାଗ ସେକ୍, ପିତା ମହମ୍ମଦ ରହିମ ଶେଖ ବିରୁଦ୍ଧରେ ସିଧା ସଳଖ ଅଭିଯୋଗ ଆଣିଛି ବିଶ୍ବ ହିନ୍ଦୁ ପରିଷଦ ।ପ୍ରସନ୍ନ ମହାନ୍ତି, ଜି. ମୋହନ ଦୋରା, ରାଜ ସିଂ,କେଶବ ରାଓ,ମନୋଜ ଗନ୍ତାୟତ,ପିଙ୍କୁ ପଣ୍ଡା, ପ୍ରଫୁଲ୍ଲ ଦଣ୍ଡସେନା, ତୁଳସୀରାମ ପାଣିଗ୍ରାହୀ ପ୍ରମୁଖ ସଚେତନ ନାଗକିକ ତଥା ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ଏପରି ଏକ ସମ୍ବେଦନଶୀଳ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।ଆଗାମୀ ଦିନରେ ପୁଲିସ ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି, ତାହା ଦେଖି
ବାକୁ ବାକି ରହିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: