ବୈପାରୀଗୁଡା ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୬/୦୧): ଆଜି ଦେଶବ୍ୟାପୀ ୭୨ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ବୈପାରୀଗୁଡା ପଂଚାୟତ ସମିତି ପକ୍ଷରୁ ବ୍ଲକ କାର୍ଯାଳୟ ପରିସରରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l

ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ମେଡିକାଲରେ ରୋଗୀଙ୍କୁ ଫଳ ପ୍ରଦାନ କରାଯାଇଛି l ସେହିପରି ବୈପାରୀଗୁଡା ସ୍ଥିତ ଫଣ୍ଡସ ୟୁନିଟ କ୍ଲବ ମଧ୍ୟ ଜାନୁୟାରୀ 26 ପାଳନ ହୋଇଯାଇଛି l ଏଥିରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସୁରଜିତ ଭିଆଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ହୋଇଥିଲା l ଏହି ପେରିପେକ୍ଷୀରେ ସ୍ଥାନୀୟ ବାଣ୍ଡକl ନାୟକଙ୍କ ପୁଅ ରାମଚନ୍ଦ୍ର ନାୟକଙ୍କୁ ଡାକ୍ତର ଦ୍ୱାରା ମନପତ୍ର ସହ ଉପଢକନ ଦେଇ ସମ୍ବର୍ଦ୍ଧନା କରାଯାଇଛି l ରାମଚନ୍ଦ୍ର ଗତ ଏକ ବର୍ଷକାଳ ଧରି କରୋନା ସମୟରେ ଗାଁର ମଇଳା ଆବର୍ଜନା ସଂଗହ ଗାଡ଼ିରେ ବୁଲି ପରିବେଶ ସ୍ୱଚ୍ଛତା କରିବା ସହ ଗାଁ ନିର୍ମଳ କାଯ୍ୟକ୍ରମରେ ଆଗ ଧାଡିରେ ସର୍ବଦା ରହିଛନ୍ତି ବୋଲି ଫଣ୍ଡସ ୟୁନିଟ କ୍ଲବ ପକ୍ଷରୁ ସଂମ୍ମାନିତ କରାଯାଇଛି l ବୈପାରୀଗୁଡା ପଂଚାୟତ କାର୍ଯ୍ୟାଳୟ,ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ଶହୀଦ ଲଷ୍ମଣ ନାୟକ +୨ ଏବଂ +୩ ଡିଗ୍ରୀ କଲେଜ, ମେଡିକାଲ ଥାନା ବନାଞ୍ଚଳ କାର୍ଯ୍ୟାଳୟ ସହ ସମସ୍ତ ସ୍କୁଲରେ ମଧ୍ୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l

Welcome to Odisha News24

error: Content is protected !!
%d bloggers like this: